ବିସ୍କୁଟ କାରଖାନାରେ ଭୟାବହ ଇଗ୍ନିକାଣ୍ଡ, ସର୍ଟସର୍କିଟରୁ ଲାଗିଲା ନିଆଁ

କଟକ ଜଗତସିଂହପୁରର ବିସ୍କୁଟ କାରଖାନାରେ ଲାଗିଛି ଭୟାବହ ଅଗ୍ନିକାଣ୍ଡ

କଟକ: ବିସ୍କୁଟ କାରଖାନାରେ ଭୟାବହ ଅଗ୍ନିକାଣ୍ଡ। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଲିଭାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ସର୍ଟସର୍କିଟରୁ ଏହି ଅଗ୍ନିକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି ।ତେବେ କଟକ ଜଗତସିଂହପୁର ବିସ୍କୁଟ କାରଖାନାର ଦ୍ବିତୀୟ ମହଲାରେ ନିଆଁ ଲାଗିଥିବା ସୂଚନା ମିଳିଛି।

ଆଜି ସକାଳେ ବିସ୍କୁଟ୍ କାରଖାନା ନିଆଁ ଲାଗିଯାଇଥିଲା । ନିଆଁ ଦେଖି କାରଖାନାର କର୍ମଚାରୀ ଅଗ୍ନିଶମ ବାହିନୀଙ୍କୁ ଜଣଆଇଥିଲେ । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଚଳାଇଛନ୍ତି ।

ଏହି ଅଘଟଣରେ କୌଣସି କର୍ମଚାରୀଙ୍କ କିଛି କ୍ଷୟ କ୍ଷତି ହୋଇନାହିଁ। ହେଲେ ନିଆଁ ଲାଗି କାରାଖାନାରେ ଥିବା ବିସ୍କୁଟ ଗୁଡ଼ିକ ଜଳିଯାଇଛି। ତେବେ କାରାଖାନାରେ କିପରି ନିଆଁ ଲାଗିଲା ତାର କାରଣ ଜଣାପଡ଼ିନାହିଁ।