ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ବାଲିଅନ୍ତା, ହଳଦୀପଡିଆ ଓ ଫୁଲେଶ୍ଵରୀ ବସ୍ତିରେ ଜବତ ହୋଇଛି ପ୍ରଚୁର ପରିମାଣର ଦେଶୀ ମଦ। ଅବକାରୀ ବିଭାଗ ଏଠାରେ ଚଢ଼ାଉ କରିବା ସହିତ 5ଜଣଙ୍କୁ ଗିରଫ କରିଛି।
ଅବକାରୀ ବିଭାଗ ପକ୍ଷରୁ ଆଜି ସକାଳୁ ଉକ୍ତ ସ୍ଥାନଗୁଡିକରେ ଚଢାଉ କରାଯାଇଥିଲା। ଏ ନେଇ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଟିମ ଗଠନ କରାଯଇଛି।
ଦେଶୀ ମଦ କାରବାରରେ ଆହୁରି ଅନେକଙ୍କ ସମ୍ପୃକ୍ତି ଥିବା ବିଭାଗ ସନ୍ଦେହ କରୁଥିବାବେଳେ ଆଗମୀଦିନରେ ଏହି ଚଢ଼ାଉ ଜାରି ରହିବ। ରାଜ୍ୟରୁ ଚୋରା ମଦ କାରବାର ରୋକିବା ପାଇଁ ବିଭାଗ ଅଂଟା ଭିଡିଛି ।