ବିବାଦ ଘେରରେ ଲବ ହାଁସଦା, ଭାଇଙ୍କ ନାଁରେ ଏପରି କହିଲେ ଭଉଣୀ

ଲବ ହାଁସଦାଙ୍କୁ ନେଇ ମୁହଁ ଖୋଲିଲେ ତାଙ୍କ ଭଉଣୀ।

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଓଡ଼ିଆ ଟ୍ରାଭେଲର ବ୍ଲଗର ଲବ ହାଁସଦା। ଯିଏ ଏବେ ବେଶ ଚର୍ଚ୍ଚାରେ ଅଛନ୍ତି। ତାଙ୍କ ପ୍ରେମିକା ଆତ୍ମହତ୍ୟା କରିବା ପରେ ଲବଙ୍କ ବିବାଦ ବଢି ଯାଇଛି। ତାଙ୍କ ନାଁରେ ହାଇଦ୍ରାବାଦରେ କେସ୍ ମଧ୍ୟ ହୋଇଛି। ଆଉ ଏବେସୁଦ୍ଧା ଏ ସମ୍ପର୍କରେ ଲବଙ୍କର କୌଣସି ପ୍ରତିକ୍ରିୟା ମିଳିନଥିବା ବେଳେ, ତାଙ୍କ ଭଉଣୀ ଲବଙ୍କ ବିଷୟରେ ମୁହଁ ଖୋଲିଛନ୍ତି।

ଲବଙ୍କ ଭଉଣୀ ତାଙ୍କ ବିଷୟରେ ଏପରି କହିବା ପରେ ଏହି ବିବାଦରେ ଏକ ନୂଆ ମୋଡ଼ ଆସିପାରେ ବୋଲି କୁହାଯାଉଛି। କାରଣ ଲବ ହାଁସଦାଙ୍କ ପ୍ରେମିକା ଆତ୍ମହତ୍ୟା କରିବା ପରେ ଲବଙ୍କ ନାଁରେ ଅନେକ ଅଭିଯୋଗ ସାମ୍ନାକୁ ଆସିଥିଲା।

ଏପରି ଚର୍ଚ୍ଚା ହେବା ଆରମ୍ଭ ହୋଇଛି କି ଲବଙ୍କର ଅନେକ ଝିଅଙ୍କ ସହ ସମ୍ପର୍କ ଥିଲା। କେବଳ ସେତିକି ନୁହେଁ ସେ ପୂର୍ବରୁ ମଧ୍ୟ ବିବାହିତ ଏବଂ ତାଙ୍କର ଏକ ଝିଅ ମଧ୍ୟ ରହିଛି। ହେଲେ ସେମାନଙ୍କର ପରିଚୟ ଲୁଚାଇ ବିଦେଶରେ ଅନ୍ୟ ଝିଅଙ୍କ ସହ ସମ୍ପର୍କରେ ରହୁଛନ୍ତି ଲବ।

ଏମିତି ଅନେକ ଅଭିଯୋଗ ଏବଂ ଲବଙ୍କ ନାଁରେ ଆସିବା ଆରମ୍ଭ ହୋଇଛି। ହେଲେ ଏହି ଘଟଣା ସମ୍ପର୍କରେ ଏବେ ଯାଏଁ ଲବ ହାଁସଦା ନିଜେ ମୁହଁ ଖୋଲି ନଥିବା ବେଳେ ତାଙ୍କ ଭଉଣୀ ଲବଙ୍କ ସପକ୍ଷରେ ମୁହଁ ଖୋଲିଛନ୍ତି।

ଆଉ କହିଛନ୍ତି ମୋ ଭାଇ ସେମିତି ନୁହଁନ୍ତି। ଆମେ ଏ ଘଟଣା ସମ୍ପର୍କରେ ଜାଣି ନଥିଲୁ। ଗଣମାଧ୍ୟମରୁ ଏବେ ଜାଣିବାକୁ ପାଇଲୁ। ତଦନ୍ତ ସରିଲେ ସତ ସାମ୍ନାକୁ ଆସିବ। ଭାଇ ନିଜେ ଗଣମାଧ୍ୟମକୁ ଜଣାଇବେ ବୋଲି କହିଲେ ଲବଙ୍କ ଭଉଣୀ। ଏହାସହ ଲବ ବିବାହ ବିଷୟରେ ସେ କିଛି ଜାଣି ନଥିବା ମଧ୍ୟ କହିଲେ।