fbpx
BSKY SKY
BSKY SKY

ବିଶ୍ବରେ କରୋନା ମୃତ୍ୟୁ ସଂଖ୍ୟା ୬ ଲକ୍ଷ ୫୫ ହଜାର ୮୭୩କୁ ବୃଦ୍ଧି

BSKY

ନୂଆଦିଲ୍ଲୀ, ୨୮/୭: ବିଶ୍ବରେ କରୋନା ମୃତ୍ୟୁ ସଂଖ୍ୟା ୬ ଲକ୍ଷ ୫୫ ହଜାର ୮୭୩କୁ ବୃଦ୍ଧି ପାଇଛି । ଏହାସହ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୬୬ ଲକ୍ଷ ୨୯ ହଜାର ୬୫୨ରେ ପହଂଚିଛି। ସେମାନଙ୍କ ମଧ୍ୟରୁ ୧ କୋଟି ୨ ଲକ୍ଷ ୨୦ ହଜାର ୭୪୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ସେହିପରି କରୋନାରେ ଆମେରିକାରେ ସର୍ବାଧିକ ୧ ଲକ୍ଷ ୫୦ ହଜାର ୪୨୫,  ବ୍ରାଜିଲରେ ୮୭ ହଜାର ୬୭୯, UKରେ ୪୫ ହଜାର ୭୫୯, ଇଟାଲୀରେ ୩୫ ହଜାର ୧୧୨, ସ୍ପେନ୍‌ରେ ୨୮ ହଜାର ୪୩୪, ଫ୍ରାନ୍ସରେ ୩୦ ହଜାର ୨୦୯, ଇରାନ୍‌ରେ ୧୫ ହଜାର ୯୧୨ ଜଣଙ୍କ ମୃତ୍ୟୁ ହୋଇସାରିଲାଣି।

Get real time updates directly on you device, subscribe now.