କି ଯୁଗ ହେଲା ଲୋ ମା’, ସର୍ବସମ୍ମୁଖରେ ବସରେ ପଶି କଣ୍ଡକ୍ଟରଙ୍କୁ ଛୁରୀ ଭୁସି ଚାଲିଗଲେ

ବସରେ କଣ୍ଡକ୍ଟରଙ୍କୁ ଛୁରୀ ଭୁସିବାର ସିସିଟିଭି ଭିଡ଼ିଓ ଭାଇରାଲ।

କେରଳ: କି ଯୁଗ ହେଲା ଲୋ ମା’। ନା କାହାରିକୁ ଭୟ ଅଛି ନା କାହାରିକୁ ଖାତିର। ଛୁରୀ ଧରି ଆସିଲେ ସିଧା ବସ୍ ଭିତରେ ପଶିଲେ। ଆଉ ସ୍ପଷ୍ଟ ଦିବା ଲୋକରେ, ଲୋକଙ୍କ ଉପସ୍ଥିତିରେ କଣ୍ଡକ୍ଟର ଉପରକୁ ଛୁରାମାଡ଼ କରି ଚାଲିଗଲେ।

ଛିଡ଼ା ହୋଇଥିଲା ବସ୍। ଆଉ ବସ୍ ଭିତରେ ବାହାରେ ଲୋକ ମଧ୍ୟ ଥିଲେ। ଆଉ ଜଣେ ବ୍ୟକ୍ତି ଆସିଲେ କେହି କିଛି ବୁଝିବା ଆଗରୁ କଣ୍ଡକ୍ଟରଙ୍କ ଉପରକୁ ଛୁରାମାଡ଼ କଲେ। ସ୍ଥାନୀୟ ଲୋକ ଏହା ଦେଖୁଥିଲେ, ହେଲେ କେହି ଅଟକାଉ ନଥିଲେ। ପରେ ବସର ଡ୍ରାଇଭର ଆସି ଅଟକାଇବାରୁ ତାଙ୍କୁ ଉପରକୁ ମଧ୍ୟ ଆକ୍ରମଣ କରି ଚାଲିଗଲା ଅପରାଧୀ।

ବସରେ ଛୁରାମାଡ଼:  ହଁ ଏପରି ଏକ ଘଟଣା ଦେଖିବାକୁ ମିଳିଛି କେରଳର ରାଜଧାନୀ ତିରୁବନନ୍ତପୁରମରେ। ଯାହାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି।

ଏଠାରେ ଅଭିଯୁକ୍ତ ଜଣକ ବସର କଣ୍ଡକ୍ଟର ଉପରକୁ ଆଖିବୁଜା ଛୁରାମାଡ଼ କରିଛି। ଯେଉଁଠି କି ପାରିଛି ଆଖି ବୁଜି ଭୁସି ଚାଲିଛି। ପରେ ବସର ଡ୍ରାଇଭର ଅଟକାଇବାରୁ ତାଙ୍କ ଉପରକୁ ମଧ୍ୟ ଆକ୍ରମଣ କରିଛି ଅଭିଯୁକ୍ତ। ଯାହାର ଭିଡ଼ିଓ ବସରେ ଲାଗିଥିବା କ୍ୟାମେରାରେ କଏଦ ହୋଇଛି।

ପୂର୍ବ ଶତ୍ରୁତାରୁ ଆକ୍ରମଣ: ପ୍ରକୃତରେ, ତିରୁବନନ୍ତପୁରମରେ ଏକ ବସ୍ ଭିତରେ ଛୁରାମାଡ଼ର ଏକ ଘଟଣା ସାମ୍ନାକୁ ଆସିଛି। ଏହି ଘଟଣା ସମୟରେ ପାଖରେ ଲୋକମାନେ ଉପସ୍ଥିତ ଥିଲେ, କିନ୍ତୁ କେହି କିଛି କରି ନଥିଲେ। ଏହି ଘଟଣାଟି ସହରର ଭେଲାକୋଟା ନିକଟରେ ଘଟିଛି।

ଏଠାରେ ଜଣେ ଘରୋଇ ବସ୍ କଣ୍ଡକ୍ଟରଙ୍କୁ ଅଭିଯୁକ୍ତ ଛୁରାମାଡ଼ କରିଥିଲା। ଛୁରି ମାରିବା ପରେ ଫେରାର୍ ଥିବା ଅଭିଯୁକ୍ତ ବାବୁରାଜ ଉନ୍ନିକୃଷ୍ଣନଙ୍କୁ ଫୋର୍ଟ ପୋଲିସ ଗିରଫ କରିଛି। ଛୁରୀ ଆକ୍ରମଣରେ ଆହତ ବିନୟଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ପୂର୍ବ ଶତ୍ରୁତାରୁ ଆକ୍ରମଣ ହୋଇଥିବା ଅନୁମାନ କରାଯାଉଛି।

ସିସିଟିଭିରେ କଏଦ: ଛୁରାମାଡ଼ର ସମ୍ପୂର୍ଣ୍ଣ ଘଟଣା ବସ୍ ଭିତରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଭିଡିଓରେ ଦେଖାଯାଉଛି ଯେ ଅଭିଯୁକ୍ତ ଜଣକ ପ୍ରଥମେ ଆରାମରେ ବସ୍ ରେ ଚଢ଼ିଥିଲେ। ଏହା ପରେ, ସେ ବସ୍‌ର ପଛ ସିଟ୍‌ରେ ବସିଥିବା କଣ୍ଡକ୍ଟରଙ୍କୁ ହଠାତ୍ ହାତରେ ଥିବା ଛୁରୀରେ ଆକ୍ରମଣ କରନ୍ତି।

ଘଟଣା ସମୟରେ ବସ୍‌ରେ ଆଉ କିଛି ଲୋକ ଥିଲେ, କିନ୍ତୁ ସମସ୍ତେ ଚୁପ୍ ହୋଇ ରହିଥିଲେ। କେହି କିଛି ବୁଝିବା ପୂର୍ବରୁ, ଅଭିଯୁକ୍ତ ଜଣକ କଣ୍ଡକ୍ଟରଙ୍କୁ ଛୁରୀରେ ଅନେକ ଥର ଆକ୍ରମଣ କରିଥିଲେ। ଏହି ସମୟରେ ଅନ୍ୟ ଜଣେ ବ୍ୟକ୍ତି ଆସି ସେଠାରୁ କଣ୍ଡକ୍ଟରଙ୍କୁ ଉଦ୍ଧାର କଲେ।