ନିଜ ଜନ୍ମକଲା ନାବାଳିକା ଝିଅକୁ ଦୁଷ୍କର୍ମ କରି, ଆଜୀବନ ସଜା ପାଇଲା ବାପା

ଝିଅକୁ ଦୁଷ୍କର୍ମ କଲା। ଆଜୀବନ ଜେଲରେ ରହିଲା ବାପା।

ବରଗଡ଼: ୬ ବର୍ଷର ନିବାଳିକା ଝିଅକୁ ଦୁଷ୍କର୍ମ କରିଥିଲା ତା’ର ନିଜ ଜନ୍ମକଲା ବାପା। ଯାହାକୁ ସହିପାରିଲାନି ମା’। ସ୍ୱାମୀ ହୋଇଥିଲେ ମଧ୍ୟ ପାପ ସବୁବେଳେ ପାପ। ଆଉ ସ୍ୱାମୀର ଅପରାଧ ଧରାଇବାକୁ ଯାଇ ଥାନାରେ ଅଭିଯୋଗ କଲା ସ୍ତ୍ରୀ।

ଏହି ଘଟଣାକୁ ପାଖାପାଖି ପାଞ୍ଚ ବର୍ଷ ବିତିଯାଇଥିଲେ ସୁଦ୍ଧା ଏବେ ପୀଡିତା ନାବାଳିକାକୁ ନ୍ୟାୟ ମିଳିଛି। କାରଣ ତା’ର ପିଶାଚ ବାପକୁ ପୋକ୍ସୋ କୋର୍ଟ ଆଜୀବନ ଦଣ୍ଡାଦେଶ ଶୁଣାଇଛନ୍ତି। ନିଜର ଦେହର ଭୋକକୁ ମାରିବା ପାଇଁ ନିଜ ଜନ୍ମ କଲା ଝିଅ ଉପରେ ଖରାପ ଦୃଷ୍ଟି ପକାଇଥିଲା ବାପା।

ଏବେ ସାରା ଜୀବନ ଜେଲ ଭିତରେ ରହି ଚକି ପେଶିବା ପରେ ଅକଲ ପଶିବ। ହଁ ଆମେ କହୁଛୁ ୨୦୨୦ ମସିହାରେ ବରଗଡ଼ ଥାନାରେ ରୁଜୁ ହୋଇଥିବା ଏକ ମାମଲାର କଥା। ଯେଉଁଠି ଜଣେ ବାପା ତା’ର ନିଜ ଜନ୍ମକଲା ନାବାଳିକା ଝିଅକୁ ଦୁଷ୍କର୍ମ କରିଥିଲା।

ଯାହାର ଶୁଣାଣି କରି ଦୋଷୀକୁ ଦଣ୍ଡାଦେଶ ଦେଲେ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ। ନାବାଳିକା ଝିଅକୁ ଦୁଷ୍କର୍ମ ମାମଲାରେ ବାପାକୁ ଆଜୀବନ କାରାଦଣ୍ଡ ଦିଆଯାଇଛି। ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ତଥା ସ୍ୱତନ୍ତ୍ର ପକ୍ସୋ କୋର୍ଟଙ୍କ ରାୟ। ପୀଡିତାଙ୍କୁ ୧୦ ଲକ୍ଷ କ୍ଷତିପୂରଣ ଦେବାକୁ BLSAକୁ ନିର୍ଦ୍ଦେଶ।