Monkey Man ଲୋକେନ୍ଦ୍ର ସିଂ, ପେସାରେ ଶିକ୍ଷକ ହେଲେ ନିଶା ମାଙ୍କଡଙ୍କ ସହ ସମୟ କାଟିବା

ଆସନ୍ତୁ ଜାଣିବା ତାଙ୍କ ବିଷୟରେ

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶ, ଆଗର ମଲୱା ଜିଲ୍ଲାର ଲୋକେନ୍ଦ୍ର ସିଂହ, ଯିଏ ପେସାରେ ଜଣେ ଶିକ୍ଷକ, ତାଙ୍କୁ ଲୋକମାନେ ମଙ୍କି ମ୍ୟାନ ବୋଲି ସମ୍ବୋଧିତ କରିଥାନ୍ତି। କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।

ଆଜିକା ସମୟରେ ପିଲା ହୁଅନ୍ତୁ କିମ୍ବା ବୁଢା ପ୍ରାୟତଃ ସମସ୍ତେ ମାଙ୍କଡଙ୍କୁ ଡରିଥାନ୍ତି। କିନ୍ତୁ ମଧ୍ୟପ୍ରଦେଶର ଏହି ବ୍ୟକ୍ତି ଜଣକ ମାଙ୍କଡମାନଙ୍କର ସାଙ୍ଗ। ଆଜ୍ଞା ହଁ, ସେ ମାଙ୍କଡମାନଙ୍କ ସହ ଖେଳିବା ସହିତ ସେମାନଙ୍କର ଭାଷା ମଧ୍ୟ ବୁଝିପାରନ୍ତି। ତାଙ୍କର ଭଲପାଇବା କେବଳ ମାଙ୍କଡମାନଙ୍କ ଭିତରେ ସୀମିତ ନୁହେଁ, ସେ ଅନ୍ୟାନ୍ୟ ଜୀବଜନ୍ତୁଙ୍କ ମନ କଥା ବି ବୁଝିପାରନ୍ତି।

ଲୋକେନ୍ଦ୍ର ସିଂହ ମାଙ୍କଡମାନଙ୍କ ସହ ଖେଳିବା ସହିତ ସେମାନଙ୍କୁ କୋଳରେ ବସାଇ ମୋବାଇଲ୍ ମଧ୍ୟ ଦେଖାନ୍ତି। ରାଜ୍ୟପାଳଙ୍କ ଦ୍ୱାରା ସମ୍ମାନିତ ଏହି ଶିକ୍ଷକଙ୍କ କାହାଣୀ ଏତେ ଅନନ୍ୟ ଯେ ଆପଣ ଏହା ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ।

40 ବର୍ଷରୁ ଅଧିକ ସମୟ ଧରି ସେ ମାଙ୍କଡ଼ମାନଙ୍କ ସହିତ ଜୀବନ ବିତେଇ ଆସୁଛନ୍ତି। ତାଙ୍କୁ ମଧ୍ୟ ଏହି ଜଙ୍ଗଲୀ ମାଙ୍କଡମାନେ ଏତେ ଭଲସେ ଚିନ୍ହିଯାଇଛନ୍ତି ଯେ, ତାଙ୍କ ସ୍ୱର ଶୁଣିବା ମାତ୍ରେ ଯେଉଁଠି ଥିଲେ ମଧ୍ୟ ସେ ଧାଇଁ ଆସନ୍ତି। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା? ଏହି ମାଙ୍କଡ଼ମାନେ ଲୋକେନ୍ଦ୍ରଙ୍କ ମୋବାଇଲ ଭିଡିଓ ବସି ମଧ୍ୟ ଦେଖନ୍ତି ।

ଲୋକେନ୍ଦ୍ର କୁହନ୍ତି, “ପିଲାଦିନୁ ମୁଁ ପ୍ରକୃତିକୁ ପସନ୍ଦ କରେ, ବିଶେଷକରି ମାଙ୍କଡମାନଙ୍କୁ ବେଶ ଭଲ ପାଉଥିଲି। ଯେତେବେଳେ ସମୟ ପାଏ,ଜଙ୍ଗଲ ଭିତରକୁ ଯାଇ ମାଙ୍କଡ଼ମାନଙ୍କ ସହିତ ବନ୍ଧୁତା କରିବାକୁ ଚେଷ୍ଟା କରେ।”