ମୁମ୍ୱାଇ: ପୁଣି କାୟା ବିସ୍ତାର କଲା କରୋନା। କୋଭିଡ 19ର ନୂଆ ଭେରିଆଣ୍ଟ ଜେଏନ୍-଼ଡଟ୍-ଓ୍ୱାନ୍ ନେଲା ୨ ଜୀବନ। ତାହା ପୁଣି ଭାରତରେ। ଯାହାକୁ ନେଇ ପୁଣିଥରେ ଦେଶରେ ଭୟ ବଢ଼ିଲାଣି।
ହଁ ଏବେସୁଦ୍ଧା ଭାରତରେ ୨୫୭ ଜଣ କରୋନା ସଂକ୍ରମିତ ରୋଗୀ ଚିହ୍ନଟ ହୋଇଥିବା ବେଳେ, ମୁମ୍ୱାଇରେ ୨ ଜଣ କରୋନା ରୋଗୀଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି। ବିଗତ ଦିନରେ କରୋନାର ଭୟଙ୍କର ରୂପ ସମସ୍ତେ ଦେଖିଛନ୍ତି।
ଆଉ ଏବେ ପୁଣିଥରେ ସେହି ଭୟ ଲୋକଙ୍କ ମନକୁ ଆନ୍ଦୋଳିତ କରୁଛି। କାରଣ ପୁଣିଥରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହେବା ଆରମ୍ଭ ହୋଇଛି। ଯଦି ଦେଖିବା ମୁମ୍ୱାଇରେ ଯେଉଁ ୨ ଜଣଙ୍କର ମୃତ୍ୟୁ ହୋଇଛି ସେମାନେ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।
କେଇଏମ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ୨ ଆକ୍ରାନ୍ତ। ୨ ରୋଗୀ ଗୁରୁତର ରୋଗରେ ପୀଡ଼ିତ ଥିଲେ। ଜଣେ ରୋଗୀ ମୁଖ ଗହ୍ୱର କର୍କଟରେ ଆକ୍ରାନ୍ତ ଥିଲେ। ଅନ୍ୟ ଜଣେ କିଡନୀ ଜନିତ ରୋଗରେ ପୀଡିତ ଥିଲେ।