5G ମଣିଷଙ୍କ ପାଇଁ ବିପଦ କି? ବୈଜ୍ଞାନିକମାନେ ରିସର୍ଚ୍ଚରେ କଲେ ଆଶ୍ଚର୍ଯ୍ୟଜନକ ଖୁଲାସା

ରିସର୍ଚ୍ଚରୁ ବଡ଼ ଖୁଲାସା, ୫ଜି ମଣିଷଙ୍କ ଉପରେ ପକାଏ କେଉଁ ପ୍ରଭାବ

ନୂଆଦିଲ୍ଲୀ: ୫ଜିକୁ ଯେବେଠାରୁ ଲୋକେ ବ୍ୟବହାର କରିଲେଣି, ସେବେଠୁ ଅନେକ ପ୍ରକାର କଥା ସାମ୍ନାକୁ ଆସୁଛି। ସୋସିଆଲ ମିଡିଆରେ ଏହି ଦାବି କରାଯାଉଛି ଯେ, ୫ଜି ଟାୱାରରୁ ବାହାରୁଥିବା ତରଙ୍ଗ ପକ୍ଷୀମାନଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଉଛି।

କିଛି ଲୋକେ ଏହା ଦାବି କରିଛନ୍ତି ଯେ, ଏହା ମଣିଷମାନଙ୍କ ପ୍ରତି ବି ବିପଦ ସୃଷ୍ଟି କରୁଛି। ବର୍ତ୍ତମାନ ଏହି ବିଷୟରେ ବୈଜ୍ଞାନିକମାନେ ଏକ ନୂଆ ରିସର୍ଚ୍ଚ ଜରିଆରେ ସାମ୍ନାକୁ ଆଣିଛନ୍ତି।

ରିସର୍ଚ୍ଚ: ଜର୍ମାନର କଂଷ୍ଟ୍ରକ୍ଟର ୟୁନିଭର୍ସିଟିର କିଛି ବୈଜ୍ଞାନିକମାନେ ଏହି ବିଷୟରେ ଗଭୀର ଅଧ୍ୟୟନ କରିଛନ୍ତି। ସେମାନେ ମଣିଷର ତ୍ୱଚାର କୋଶିକାମନାଙ୍କୁ ୫ଜି ରେଡିଏସନ ସଂସ୍ପର୍ଶରେ ଆଣି ଦେଖିଛନ୍ତି ଯେ, ଏହାର ପ୍ରଭାବ କଣ ହୋଇଥାଏ।

ରିସର୍ଚ୍ଚରେ ସେ ଦୁଇ ପ୍ରକାରର କୋଶିକାମାନ, କେରାଟିନୋସାଇଟ୍ସ ଏବଂ ପ୍ରାଇବ୍ରୋବ୍ଲାଷ୍ଟକୁ ଚୟନ କରିଛନ୍ତି ଏବଂ ଏହାକୁ 27GHz  ଏବଂ 40.5GHz ଫ୍ରିକ୍ୱେନ୍ସି ର ତରଙ୍ଗ ସଂସ୍ପର୍ଶରେ ରଖିଛନ୍ତି।

ଏକ୍ସପୋଜରର ସମୟ ୨ ଘଣ୍ଟାଠାରୁ ନେଇ ୪୮ ଘଣ୍ଟା ପର୍ଯ୍ୟନ୍ତ ରଖାଯାଇଛି। ଯେଉଁଥିରେ ଜଣାପଡିଛି ଯେ, କ୍ଷଣସ୍ଥାୟୀ ଏବଂ ଦୀର୍ଘକାଳୀନ ପ୍ରଭାବ କଣ ହୋଇପାରେ। ହେଲେ ରେଜଲ୍ଟ ଆଶ୍ଚର୍ଯ୍ୟଜନକ ଥିଲା। ଏଥିରେ ଡିଏନଏରେ କୌଣସି ପରିବର୍ତ୍ତନ ଦେଖାଦେଇ ନାହିଁ ଏବଂ ଅଭିବ୍ୟକ୍ତିରେ କୌଣସି ଫରକ ପଡିନାହିଁ।

ଡରିବାର ଆବଶ୍ୟକତା ନାହିଁ: ଏହି ଅଧ୍ୟୟନରେ ସ୍ପଷ୍ଟ ହୋଇଛି ଯେ, ୫ଜିରୁ ବାହାରୁଥିବା ହାଇ ଫ୍ରିକ୍ୱେନ୍ସି ତରଙ୍ଗ ମଣିଷମାନଙ୍କ ଶରୀର ଉପରେ କୌଣସି ଖରାପ ପ୍ରଭାବ ପକାଇନଥାଏ।

ଏଥିରେ ଡିଏନଏକୁ କ୍ଷତି ପହଞ୍ଚିନଥାଏ ଏବଂ ଜିନରେ କୌଣସି ଖରାପ ପ୍ରଭାବ ପଡିନଥାଏ। ଅର୍ଥାତ ୫ଜିର ବ୍ୟବହାର କରିବା ମଣିଷମାନଙ୍କ ପାଇଁ ସୁରକ୍ଷିତ ରହିବା।