80% ଦିବ୍ୟାଙ୍ଗଙ୍କୁ 3500 ଟଙ୍କା ଭତ୍ତା
80% ଅଧିକ ଦିବ୍ୟାଙ୍ଗ ଏବଂ ବରିଷ୍ଠ ନାଗରିକଙ୍କୁ ଏବେ ମିଳିବ 3500 ଟଙ୍କା ଭତ୍ତା । ଏନେଇ ନିର୍ଦ୍ଦେଶ ଦେଲେ ସରକାର ।
ଭୁବନେଶ୍ବର: 80% ଅଧିକ ଦିବ୍ୟାଙ୍ଗଙ୍କ ବଢିଲା ଭତ୍ତା । ଏଣିକି ଦିବ୍ୟାଙ୍ଗଙ୍କୁ 3500 ଟଙ୍କା ଭତ୍ତା ଦେବେ ସରକାର । 80 ବର୍ଷରୁ ଉର୍ଦ୍ଧ୍ବ ବରିଷ୍ଠ ନାଗରିକଙ୍କୁ ବି ମିଳିବ ଭତ୍ତା ।
ଜୁନ୍ 2025 ସୁଦ୍ଧା 80 ବର୍ଷ ଅତିକ୍ରମ କରିଥିଲେ ଭତ୍ତା ମିଳିବା ନେଇ ସବଚନା ଦେଲେ ସରକାର । ଜୁନ ମାସରୁ ଏହି 3500 ଟଙ୍କା ଭତ୍ତା ମିଳିବ। ସମସ୍ତ ଡିଏସଏସଓଏସ(DSSOS)ଙ୍କୁ ସରକାର ଏନେଇ ନିର୍ଦ୍ଦେଶ ଦେଇଛନ୍ତି ।