ଓଡିଶା ଭାସ୍କର : ଦିନକୁ ଦିନ ଖରାର ମାତ୍ରା ବଢ଼ିବାରେ ଲାଗିଛି। ଅତ୍ୟଧିକ ତାତି ଯୋଗୁଁ ଲୋକେ ଘରୁ ପାଦ କାଢି ପାରୁନାହାଁନ୍ତି। କୌଣସି ଜରୁରୀ କାର୍ଯ୍ୟ ପାଇଁ ପଦାକୁ ଗୋଡ କାଢ଼ିଲେ ସୂର୍ଯ୍ୟଙ୍କ ପ୍ରବଳ ଉତ୍ତାପ ଯୋଗୁଁ ଦେହ ହାତ ଟ୍ୟାନ ପଡିଯାଉଛି। ଏଥିରୁ ବର୍ତ୍ତିବା ପାଇଁ ଲୋକେ ସନସ୍କ୍ରିନ ବ୍ୟବହାର କରିଥାନ୍ତି ସତ କିନ୍ତୁ ଏହାକୁ ପ୍ରତି 2 ଘଣ୍ଟାରେ ଲଗାଇବା ସମ୍ଭବପର ହୋଇନଥାଏ। ଆଉ କିଛି ଲୋକଙ୍କ ଦେହରେ ସନସ୍କ୍ରିନ ସୁଟ କରିନଥାଏ। ଯାହାଦ୍ୱାରା ସେମାନଙ୍କ ତ୍ୱଚାରେ ଖରାପ ପ୍ରଭାବ ପଡେ।
ଏହାକୁ ନେଇ ତ୍ଵଚା ବିଶେଷଜ୍ଞ ମାନେ କିଛି ଏପରି ଘରୋଇ ସାମଗ୍ରୀର ପରୀକ୍ଷା କରିଛନ୍ତି, ଯାହା ଆପଣଙ୍କୁ ସନଟ୍ୟାନରୁ ତୁରନ୍ତ ରକ୍ଷା କରିବ । ଏହାକୁ ଲଗାଇବା ଦ୍ଵାରା ଆପଣଙ୍କ ତ୍ଵଚା ଥଣ୍ଡା ରହିବା ସହ ତ୍ଵଚାରେ ଚମକ ମଧ୍ୟ ଆସିବ ।
ଦହି :
ଦହି ସନ୍ଟ୍ୟାନ୍ରୁ ରକ୍ଷା ପାଇବା ପାଇଁ ରାମବାଣ ଅଟେ। ଦହିରେ ପ୍ରୋବାୟୋଟିକ୍ ଏବଂ ଲାକ୍ଟିକ୍ ଏସିଡ ଥାଏ, ଏହା ଖରାପ ତ୍ଵଚାକୁ ଟ୍ୟାନକୁ ରକ୍ଷା କରିବାରେ ସାହାଯ୍ୟ କରେ । ଯେଉଁ ସ୍ଥାନରେ ଆପଣଙ୍କର ଆଗରୁ ଟ୍ୟାନ୍ ପଡିଛି, ସେହି ସ୍ଥାନରେ ଦହିକୁ ଲଗାଇ ୧୫ ମିନିଟ୍ ପାଇଁ ଛାଡି ତା ପରେ ଥଣ୍ଡା ପାଣିରେ ଧୋଇ ଦେଲେ ତାର ପ୍ରଭାବ ଆପଣ ନିଜେ ଅନୁଭବ କରିପାରିବେ।
ମହୁ :
ମହୁ ତ୍ଵଚା ପାଇଁ ଅତ୍ୟନ୍ତ ଉପକାରୀ । ଏହା ତ୍ଵଚାକୁ ମଏଶ୍ଚର ରଖିବାରେ ସାହାଯ୍ୟ କରେ। ଯେଉଁ ସ୍ଥାନରେ ଟ୍ୟାନ୍ ରହିଛି, ସେହି ସ୍ଥାନରେ ମହୁ ଲଗାଇ ୨୦ ମିନିଟ୍ ପାଇଁ ଛାଡି ଟିକେ ଶୁଖି ଆସିଲା ପରେ ଥଣ୍ଡା ପାଣିରେ ଧୋଇବା ଦ୍ୱାରା ଖୁବଶୀଘ୍ର ଏହା ଟ୍ୟାନ ହଟାଇବାରେ ସାହାଯ୍ୟ କରିଥାଏ।
ନଡିଆ ତେଲ :
ଶରୀରରେ ଅତ୍ୟଧିକ ଟ୍ୟାନ୍ ପଡିଲେ ଚର୍ମର ପରସ୍ତ ଉଠିବା ଆରମ୍ଭ କରେ । ସେହି ସ୍ଥାନରେ ନଡିଆ ତେଲର ହାଲକା ମସାଜ ଦେବା ଉଚିତ । ପ୍ରତିଦିନ ଏହି ସ୍ଥାନରେ ଅଳ୍ପ ଅଳ୍ପ ମାଲିସ କଲେ ଏହା ସ୍କିନ୍କୁ ହାଇଡ୍ରେଟେଡ ରଖିବା ସହ କୋମଳ ରଖିଥାଏ।
ଏହିପରି ଭାବେ ପ୍ରତିଦିନ ଏହିସବୁ ଘରୋଇ ସାମଗ୍ରୀକୁ ବ୍ୟବହାର କରିବା ଦ୍ୱାରା ଟ୍ୟାନ୍ରୁ ରକ୍ଷା ମିଳିପାରିବ।