ନୂଆଦିଲ୍ଲୀ: ଆରବସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ ସୃଷ୍ଟି ହୋଇଥିବା ସୂଚନା ।
ଆଗାମୀ ୩୬ ଘଣ୍ଟାରେ ଲଘୁଚାପ ଅବପାତର ରୂପ ନେବା ନେଇ ସୂଚନା ଦେଇଛି, ଭାରତୀୟ ପାଣିପାଗ ବିଭାଗ ।
ବୁଧବାର ରାତିରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । ଉଭୟ କଟକ ଓ ଭୁବନେଶ୍ୱରର ପାଗ ସକାଳୁ କୋହଳା ରହିଛି ।
ବର୍ଷା ପରେ ରାଜ୍ୟବାସୀଙ୍କୁ ଗରମରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ତେବେ ଲଘୁଚାପର ପ୍ରଭାବ ରାଜ୍ୟର କେଉଁ ଅଞ୍ଚଳରେ ବେଶୀ ପଡ଼ିବ ସେ ନେଇ କୌଣସି ପ୍ରକାର ଖବର ମିଳିନାହିଁ ।
ଅନ୍ୟପଟେ ମୌସୁମୀ ବାୟୁ କେରଳ ମୁହାଁ ହୋଇଥିବା ସୂଚନା ପ୍ରକାଶ ପାଇଛି ।