ଓଡିଶା ଭାସ୍କର: ବିଦେଶକୁ ବୁଲିବାକୁ ଯିବା ସମସ୍ତଙ୍କର ସ୍ୱପ୍ନ ହୋଇଥାଏ। ଯଦି କେହି ପ୍ରଥମଥର ପାଇଁ ବିଦେଶ ଯାତ୍ରା କରୁଛନ୍ତି ତ ସେମାନଙ୍କୁ କିଛି ଖାସ କଥା ଉପରେ ଧ୍ୟାନ ରଖିବାକୁ ପଡିବ। କାହିଁକି ନା ସବୁଦେଶର ନିୟମ କାନୁନ, ଭାଷା ଏବଂ ପରିବେଶ ଅଲଗା ହୋଇଥାଏ। ଗୋଟିଏ ଛୋଟିଆ ଭୁଲ ଆପଣଙ୍କର ଯାତ୍ରାକୁ ଖରାପ କରିଦେଇପାରେ।
ଯଦି ଆପଣ ପ୍ରଥମଥର ପାଇଁ ବିଦେଶ ଯାତ୍ରା କରିବା ପାଇଁ ଭାବୁଛନ୍ତି, ତାହେଲେ ଆପଣଙ୍କୁ ପ୍ରଥମେ ପାସପୋର୍ଟକୁ ଚେକ କରିବାକୁ ପଡିବ। ବିଦେଶରେ ଏହି ଡକ୍ୟୁମେଣ୍ଟ ହିଁ ଆପଣଙ୍କ ପରିଚୟ ହେବ। ଯାହା ଯାତ୍ରା ତାରିଖର ପୂର୍ବରୁ ଅତି କମରେ 6ମାସ ଯାଏଁ ବୈଧ ରହିବା ଆବଶ୍ୟକ। ଆପଣ ଯେଉଁ ଦେଶକୁ ଯାଉଛନ୍ତି ସେଠାରେ ଭିସା, ଇ-ଭିସା ମିଳେ କି ନାହିଁ କିମ୍ବା ଆପଣଙ୍କୁ ପୂର୍ବରୁ ଆବେଦନ କରିବାକୁ ପଡିବ କି ନାହିଁ ତାହା ଯାଞ୍ଚ କରିବା ନିହାତି ଦରକାର।
ଯେଉଁ ଦେଶକୁ ବୁଲିବାକୁ ଯାଉଛନ୍ତି, ସେଠାକାର ଫ୍ଲାଇଟ ଟିକେଟ 3ମାସ ପୂର୍ବରୁ କରିବା ଉଚିତ। ଭିସା ପାଇଁ ମଧ୍ୟ 3 ମାସ ପୂର୍ବରୁ ଆବେଦନ କରିବା ଦରକାର। ଯଦି ଆପଣଙ୍କର ଇ-ଭିସା ଅଛି ତେବେ ତାହାକୁ1 ସପ୍ତାହ ପୂର୍ବରୁ ଆବେଦନ କରନ୍ତୁ। ଏହା ସହିତ, ଆପଣ କେଉଁ ହୋଟେଲରେ ରହିବେ ତାହାକୁ ମଧ୍ୟ ବୁକ କରିଦିଅନ୍ତୁ। ହେଲଥ ଇନ୍ସୁରାନ୍ସ ଏଥିପାଇଁ ବହୁତ ଆବଶ୍ୟକୀୟ ହୋଇଥାଏ।
କିଛି ଦେଶ ୟେଲୋ ଫିବର (ପୀତ୍ତ ଜ୍ଜ୍ୱର), କୋଭିଡ୍ 19 ଭଳି ଟୀକାକରଣ ପ୍ରମାଣପତ୍ର ଖୋଜନ୍ତି, ସେଗୁଡ଼ିକୁ ପୂର୍ବରୁ ତିଆରି କରି ସବୁର ଡକ୍ୟୁମେଣ୍ଟ ମୋବାଇଲରେ ଏବଂ ତାହାର ହାର୍ଡ କପି ରଖିବା ଦରକାର।
ବିଦେଶକୁ ଯିବା ପୂର୍ବରୁ ମୋବାଇଲରେ ସମସ୍ତ ଜରୁରୀ ଆପକୁ ଡାଉନଲୋଡ କରିବାକୁ ପଡିବ। ଯେପରିକି ହ୍ୱାଟ୍ସଆପ୍, ସ୍କାଇପ୍, ଗୁଗୁଲ୍ ଟ୍ରାନ୍ସଲେଟ୍, ମ୍ୟାପ୍ସ ଇତ୍ୟାଦି। ଏହା ସହିତ, ସେହି ଦେଶର ମାନଚିତ୍ର, ଟ୍ରେନ୍, ବସ୍ ଆପ୍, ପର୍ଯ୍ୟଟନ ସ୍ଥଳ ବିଷୟରେ ପୂର୍ବରୁ ସୂଚନା ସଂଗ୍ରହ କରିବାକୁ ପଡିବ। ଯାହାଫଳରେ ଯଦି ଆପଣଙ୍କର ଇଣ୍ଟରନେଟ୍ ବାହାରେ କାମ କରୁନାହିଁ, ସେତେବେଳେ ଆପଣଙ୍କ ପାଖରେ ସମସ୍ତ ସୂଚନା ପୂର୍ବରୁ ଥିବ।
ବିଦେଶ ଯାତ୍ରା କରିବା ସମୟରେ 3ଘଣ୍ଟା ପୂର୍ବରୁ ଏୟାରପୋର୍ଟରେ ପହଞ୍ଚି ଯିବା ଉଚିତ। ଯାହାଫଳରେ ଚେକ-ଇନ ଏବଂ ଇମିଗ୍ରେସନ କାଉଣ୍ଟରରେ ଯେଉଁ ଲମ୍ବା ଧାଡି ଥାଏ ତାକୁ ପାର କରି ଆପଣ ସଠିକ ସମୟରେ ବୋଡିଙ୍ଗ ପାଖରେ ପହଞ୍ଚି ପାରିବେ। ପ୍ୟାକିଂ ବି ଆପଣଙ୍କୁ ଠିକ ଭାବରେ ଯାଉଥିବା ଜାଗାର ପାଗକୁ ଦେଖି କରିବାକୁ ପଡିବ।
ସବୁ ଦେଶର ବୈଦ୍ୟୁତିକ ସ୍ୱିଚ୍ ବୋର୍ଡ ଏବଂ ବିଦ୍ୟୁତ ଯୋଗାଣ ଭିନ୍ନ ଭିନ୍ନ ହୋଇଥାଏ। ଯାହାଫଳରେ ଆପଣଙ୍କ ମୋବାଇଲ ଚାର୍ଜର ସେହି ସ୍ୱିଚ୍ ବୋର୍ଡରେ
ଫିଟ ନହୋଇପାରେ। ତେଣୁ ପାୱାର ବ୍ୟାଙ୍କ ସହିତ ଏକ ୟୁନିଭର୍ସାଲ ଚାର୍ଜର ରଖିବାକୁ ପଡିବ। ଯେଉଁ ଦେଶକୁ ଯାଉଛନ୍ତି, ସେଠାକାର ସ୍ଥାନୀୟ ଭାଷା ବିଷୟରେ କିଛି ପୂର୍ବରୁ ଜାଣିବା ସହିତ ମୋବାଇଲରେ ଟୁରିଷ୍ଟ ପୋଲିସ, ସ୍ଥାନୀୟ ଦୂତାବାସ ଏବଂ ହେଲ୍ପଲାଇନ୍ ନମ୍ବରଗୁଡ଼ିକର ନମ୍ବର ସେଭ କରି ରଖିବା ଉଚିତ।
ଭାରତ ବାହାରକୁ ଯିବା ସମୟରେ ମୋବାଇଲ ସିମ କାମ କରିବା ବନ୍ଦ ହୋଇଯାଏ। ଯଦି ଆପଣ ଚାଁହୁଛନ୍ତି ଯେ ନମ୍ବରଟି ବନ୍ଦ ନହୋଇ ଚାଲୁ, ତେବେ ଭାରତରେ ଥିବା ସମୟରେ କମ୍ପାନୀରୁ ଏକ ଅନ୍ତର୍ଜାତୀୟ ରୋମିଂ ପ୍ୟାକ୍ କିଣନ୍ତୁ। ଆଜିକାଲି ଅନେକ ଇ-ସିମ୍ ମଧ୍ୟ ଆସୁଛି ଯାହା ସବୁଠି ଆକ୍ଟିଭ ରହୁଛି। ଏହା ସାଧାରଣତଃ ମହଙ୍ଗା ହୋଇଥାଏ। ତେଣୁ ଆପଣ ଯେଉଁ ଦେଶକୁ ଯାଉଛନ୍ତି ସେଠାରେ ପହଞ୍ଚିବା ପରେ ଏକ ଟୁରିଷ୍ଟ ସିମ୍ କାର୍ଡ ନିଅନ୍ତୁ ଯାହା ଶସ୍ତାରେ ମିଳିଥାଏ ।