(Video) ଖଟରେ ଶୋଇଥିଲେ ବ୍ୟକ୍ତି, ଧିରେ ଧିରେ ଉପରେ ଚଢିଗଲା କିଙ୍ଗ କୋବ୍ରା, ଆଉ ତା’ ପରେ..

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ବର୍ତ୍ତମାନ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦେଖିବାକୁ ମିଳୁଛି ଯେ, କିଙ୍ଗ କୋବ୍ରା ହଠାତ୍ ଜଣେ ଖଟରେ ଶୋଇଥିବା ବେଳେ ତାଙ୍କ ଉପରେ ଚଢିଯାଉଛି। ବ୍ୟକ୍ତିଜଣକ ନ ଡରି ଚୁପଚାପ ଶୋଇ ତା’ର ଭିଡିଓ କରିଛନ୍ତି।

ଏହି ସାପଟି ବ୍ୟକ୍ତିଙ୍କ ଗୋଡ଼ ଦେଇ ଇଆଡେ ସିଆଡେ ବୁଲୁଛି। ଏଥିସହ ସେ ଏକ ଜାଗାରେ ଅଟକି ଯାଉଛି। ଏହାପରେ ଭିଡିଓ କରୁଥିବା ବ୍ୟକ୍ତିଙ୍କ ମୁଣ୍ଡ ପାଖକୁ ସାପଟି ଆସୁଛି। ଏହାପରେ ସେ ଫଣା ଟେକୁଛି। ଏହାପରେ ବ୍ୟକ୍ତିଟି ଡରିକି ଉଠିଯାଉଛନ୍ତି।

ଏହି ଭିଡିଓଟି ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓଟୁ ଇନଷ୍ଟାଗ୍ରାମର @insidehistory ନାମକ ଆକାଉଣ୍ଟରୁ ସେୟାର କରାଯାଇଛି।

 

View this post on Instagram

 

A post shared by Inside History (@insidehistory)

ଯାହାକୁ ଏପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଲୋକେ ଦେଖିସାରିଛନ୍ତି ଏବଂ ହଜାର ହଜାର ଲୋକେ ଏହାକୁ ଲାଇକ୍ କରିଛନ୍ତି। ଭିଡିଓରେ ଲୋକେ ଖୁବ ସାରା କମେଣ୍ଟ ମଧ୍ୟ କରିଛନ୍ତି।