Realme GT 7 Series: ଦମଦାର ଫିଚର୍ସ ସହ ଲଞ୍ଚ ହେଲା 3 ନୂଆ ସ୍ମାର୍ଟଫୋନ, ଏତିକି ରହିଛି ମୂଲ୍ୟ

ନୂଆଦିଲ୍ଲୀ: ରିୟଲମି ଭାରତୀୟ ବଜାରରେ ତିନୋଟି ନୂଆ ସ୍ମାର୍ଟଫୋନ Realme GT 7, Realme GT 7T ଏବଂ Realme GT 7 Dream Edition ଲଞ୍ଚ କରିଛି।

ଏଥିରେ ଖାସ କଥା ହେଉଛି, ଜିଟି ସିରିଜର ମିଡିଆଟେକ ପ୍ରୋସେସର, ୧୨୦ ୱାଟ ଫାଷ୍ଟ ଚାର୍ଜିଂ ଏବଂ ୭୦୦୦ ଏମଏଏଚର ଦମଦାର ବ୍ୟାଟେରୀ ସହ ବାହାରିଛି।

Realme GT 7ର ମୂଲ୍ୟ: ଏହି ରିୟଲମି ମୋବାଇଲ ୮ଜିବି/୫୧୨ ଜିବି ଭାରିଏଣ୍ଟର ମୂଲ୍ୟ ୩୪ ହଜାର ୯୯୯ ଟଙ୍କା। ୧୨ଜିବି/୨୫୬ ଜିବି ଭାରିଏଣ୍ଟର ମୂଲ୍ୟ ୩୭ ହଜାର ୯୯୯ ଟଙ୍କା ଏବଂ ୧୨ଜିବି/୫୧୨ଜିବି ଭାରିଏଣ୍ଟର ମୂଲ୍ୟ ୪୧ ହଜାର ୯୯୯ ଟଙ୍କା। ବ୍ୟାଙ୍କ ଅଫର୍ସ ପରେ ରିୟଲମି ଜିଟି୭ ଏବଂ ଜିଟି୭ଟିକୁ ୩୪ ହଜାର ୯୯୯ ଏବଂ ୨୮ ହଜାର ୯୯୯ ଟଙ୍କାରେ କିଣିପାରିବେ।

ଏହି ଲାଟେଷ୍ଟ ସ୍ମାର୍ଟଫୋନର ବିକ୍ରି ୩୦ ମେ’ ଦ୍ୱିପ୍ରହର ୧୨ଟାରେ ରିୟଲମି ଅଫିସିଆଲ ସାଇଟ ଏବଂ ଆମାଜନରେ ଆରମ୍ଭ ହେବ। Realme GT 7 Dream Editionର ସିଙ୍ଗଲ ଭ୍ୟାରିଆଣ୍ଟ ବାହାରିଛି। 16GB RAM/୫୧୨ଜିବି ସହ ଆସୁଥିବା ଏହି ଭାରିଆଣ୍ଟର ମୂଲ୍ୟ ୪୯ ହଜାର ୯୯୯ ଟଙ୍କା।

ଏହି ହ୍ୟାଣ୍ଡସେଟର ବିକ୍ରି ୧୩ ଜୁନରୁ ଆରମ୍ଭ ହେବ। ଏହି ମୂଲ୍ୟରେ ତିନୋଟି ସ୍ମାର୍ଟଫୋନର ଟକ୍କରରେ OnePlus 13R (43,430 ଟଙ୍କା) ଏବଂ SAMSUNG Galaxy S24 FE 5G (44999 ଟଙ୍କା) ରହିବ।