ଗୁରୁବାରରେ ଶ୍ରୀ ତାରିଣୀ ସ୍ତୋତ୍ରମ୍ ଜପିଲେ ମିଳିବ ଶୁଭଫଳ, ସବୁ ସମସ୍ୟାର ହେବ ସମାଧାନ

ଶ୍ରୀ ତାରିଣୀ ସ୍ତୋତ୍ରମ୍ ଜପିଲେ ମନୋସ୍କାମନା ପୂର୍ଣ୍ଣ କରିବେ ମା ତାରିଣୀ, ଜାଣନ୍ତୁ ମନ୍ତ୍ର

ଓଡ଼ିଶା ଭାସ୍କର: ତାରିଣୀ ମନ୍ଦିର ଓଡ଼ିଶାର କେନ୍ଦୁଝର ଜିଲ୍ଲାର ଘଟଗାଁରେ ଥିବା ଏକ ଠାକୁରାଣୀ ମନ୍ଦିର । ଏଠାକାର ଅଧିଷ୍ଠାତ୍ରୀ ଦେବୀ ତାରିଣୀ । ପ୍ରବାଦରେ ଅଛି ଘଟଗାଁଠାରେ ଥିବା ମା ତାରିଣୀ ମନ୍ଦିରକୁ ୧୪୮୦ ମସିହାରେ କେନ୍ଦୁଝରର ତତ୍କାଳୀନ ରାଜା ଗୋବିନ୍ଦ ଭଞ୍ଜଦେଓ ନିର୍ମାଣ କରେଇଥିଲେ ।

ପୁରୀର ତତ୍କାଳୀନ ଗଜପତି ମହାରାଜାଙ୍କ ଆଦେଶକ୍ରମେ ମା ତାରିଣୀ ନୂଆ ମନ୍ଦିର ଘଟଗାଁଠାରେ ଶକ୍ତିପୀଠ ଭାବରେ ସ୍ଥାପିତ ହେଇପାରିଥିଲା । ମା ତାରିଣୀଙ୍କଠାରେ ମାନସିକ କଲେ ତାହା ନିଶ୍ଚୟ ପୂରଣ ହୁଏ ବୋଲି ଭକ୍ତଙ୍କ ବିଶ୍ୱାସ ଥାଏ ।

କୁହାଯାଏ ସେ ପ୍ରଥମେ ବନବାଈ କନ୍ଧଙ୍କଦ୍ୱାରା ପୂଜା ପାଇ ଆସୁଥିଲେ। ପ୍ରକୃତରେ ମାଆ ଦୁର୍ଗା ଦଶଭୁଜା ଏବଂ ମାଆ ତାରିଣୀ ଚତୁର୍ଭୁଜା। ମାଆ ତାରିଣୀଙ୍କର ଚାରି ହାତରୁ ବାମପାଖ ଉପର ହସ୍ତରେ ସେ ଚକ୍ର ଧାରଣ କରିଛନ୍ତି। ବାମ ପାଖ ତଳ ହସ୍ତରେ ତ୍ରିଶୁଳ ରହିଥାଏ।

ସେହିପରି ଦକ୍ଷିଣ ପାଖ ଉପର ହସ୍ତରେ ସେ ଖଡ୍‌ଗ ଧାରଣ କରିଥିବା ବେଳେ ତଳ ହସ୍ତଟି ତାଙ୍କର ଶୂନ୍ୟ ଥାଏ। ଏହି ହାତରେ ମାଆ ତାରିଣୀ ଭକ୍ତଙ୍କୁ ଆଶୀର୍ବାଦ ପ୍ରଦାନ କରନ୍ତି । କିନ୍ତୁ ତାଙ୍କର ପ୍ରତ୍ୟେକ ମୂର୍ତ୍ତି ବା ଚିତ୍ରରେ ଏହିସବୁ ଅସ୍ତ୍ର ନଥାଏ।

ଚିତ୍ରକରମାନେ ନିଜନିଜର ପସନ୍ଦ ଅନୁଯାୟୀ ମାଆଙ୍କୁ ଭିନ୍ନଭିନ୍ନ ଅସ୍ତ୍ରରେ ସଜ୍ଜିତ କରାଇଥାନ୍ତି । ତେବେ ଆଜି ଗୁରୁବାରରେ ମାଆ ତାରିଣୀଙ୍କର ଏହି ମନ୍ତ୍ର ଜପ କରନ୍ତୁ, ଏହା କରିବା ଦ୍ୱାରା ମାଆ ପ୍ରସନ୍ନ ହୋଇ ଭକ୍ତର ସମସ୍ତ ଦୁଃଖ ବୁଝିବା ସହ ସବୁ ସମସ୍ୟାର ସମାଧାନ କରିବେ।

।। ଶ୍ରୀ ତାରିଣୀ ସ୍ତୋତ୍ରମ୍ ।।

ଘୋରରୂପେ ମହାରାବେ ସର୍ବଶତ୍ରୁବଶଙ୍କରୀ
ଭକ୍ତେଭ୍ୟୋ ବରଦେ ଦେବୀ ତ୍ରାହିମା° ଶରଣାଗତମ୍ ।।

ସୁରାସୁରାର୍ଚ୍ଚିତେ ଦେବୀ ସିଦ୍ଧଗନ୍ଧର୍ବ ସେବିତେ
ଜାଡ୍ୟପାପହରେ ଦେବୀ ତ୍ରାହିମା° ଶରଣାଗତମ୍ ।।

ଜଟାଜୂଟସମାଯୁକ୍ତେ ଲୋଳଜିହ୍ବାନୁକାରିଣୀ
ଦ୍ରୁତବୁଦ୍ଧିକରେ ଦେବୀ ତ୍ରାହିମା° ଶରଣାଗତମ୍ ।।

ସୈାମ୍ୟରୂପେ ଘୋରରୂପେ ଚଣ୍ଡୀରୂପେ ନମୋଽସ୍ତୁତେ
ସୃଷ୍ଟିରୂପେ ନମସ୍ତୁଭ୍ୟ° ତ୍ରାହିମା° ଶରଣାଗତମ୍ ।।

ବୁଦ୍ଧି° ଦେହି ଯଶୋଦେହି କବିତ୍ବ° ଦେହି ଦେହି ମେ
କୁବୁଦ୍ଧି° ହର ମେ ଦେବୀ ତ୍ରାହିମା° ଶରଣାଗତମ୍ ।।

ଇନ୍ଦ୍ରାଦି ଦେବଷଦ୍ ବୃନ୍ଦବନ୍ଦିତେ କରୁଣାମୟୀ
ତାରାଧିନାଥନାଥାଥ୍ୟୋ ତ୍ରାହିମା° ଶରଣାଗତମ୍ ।।

ଇତି ତେ କଥିତ° ଦିବ୍ୟ° ସ୍ତୋତ୍ର° ସାରସ୍ଵତପ୍ରଦମ୍
ଅସ୍ମାତ୍ ପରତର° ନାସ୍ତି ସ୍ତୋତ୍ର° ତନ୍ତ୍ରେ ମାହେଶ୍ୱରୀ ।।

ଇତି ଶ୍ରୀବୃହନ୍ନୀଳତନ୍ତ୍ରେ ଶ୍ରୀତାରିଣୀ ସ୍ତୋତ୍ର° ସମାପ୍ତମ୍ ।।