ବେଙ୍ଗାଲୁରୁ,୪ା୬: ରୟାଲ ଚ୍ୟାଲେଞ୍ଜସ ବେଙ୍ଗାଲୁରୁ IPL-୨୦୨୫େରେ ଇତିହାସ ରଚିଛି। ୧୮ ବର୍ଷ ପରେ ପ୍ରଥମ ଥର ପାଇଁ IPL ମୁକୁଟ ଜିତିଛି। ଫାଇନାଲରେ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରି RCB IPL ଟ୍ରଫି ଜିତିଛି। RCB ପ୍ରଥମ ଥର ପାଇଁ IPL ଟ୍ରଫି ଜିତିବା ମାତ୍ରେ ସବୁଠି ଉତ୍ସବର ପରିବେଶ ସୃଷ୍ଟି ହୋଇଥିଲା। ଏହି ସମୟରେ୍ କର୍ଣ୍ଣାଟକର ବେଲଗାମ ଜିଲ୍ଲାର ଆଭାରାଡି ଗାଁରେ ଏକ ଘଟଣା ଘଟିଥିଲା, ଯେଉଁଠାରେ RCBର ଜଣେ ପ୍ରଶଂସକ ବିଜୟ ଉତ୍ସବ ପାଳନ କରୁଥିବା ସମୟରେ ହାର୍ଟଆଟାକରେ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ମଞ୍ଜୁନାଥ କୁମ୍ଭାରା(୨୫)। ସେ ଖୁସିରେ ଆତ୍ମ ବିଭୋର ହୋଇ ନାଚୁଥିବାବେଳେ ଅଚେତ ହୋଇପଡ଼ିଥିଲେ। ପରେ ତାଙ୍କୁ ଡାକ୍ତରଙ୍କ ପାଖକୁ ନିଆଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଶିମୋଗା ଜିଲ୍ଲାର ଶିବମୋଗାରେ RCBର ବିଜୟ ଉତ୍ସବ ପାଳନ ସମୟରେ ମଧ୍ୟ ଏକ ଘଟଣା ଘଟିଥିଲା। ଉତ୍ସବ ସମୟରେ ଜଣେ RCB ପ୍ରଶଂସକଙ୍କ ମୃତ୍ୟୁ ହୋଇଥିଲା। ସେହିପରି ଦୁଇଟି ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କାରେ ଫ୍ୟାନଙ୍କ ମୃତ୍ୟୁ ଘଟିଛି। ଘଟଣାଟି ଜୟନଗର ଥାନା ଅଞ୍ଚଳରେ ଘଟିଛି।