ଫେମସ୍ ହେବାର ନିଶା; ଲିପଷ୍ଟିକ୍, ବ୍ଲସ୍ ଖାଇ କରୁଥିଲେ ଭିଡ଼ିଓ, 24 ବର୍ଷରେ ଚାଲିଗଲା ଜୀବନ

ମେକଅପ୍ ସମ୍ବନ୍ଧିତ ଭିଡିଓ ପାଇଁ ଫେମସ୍ ଜଣେ ତାଇୱାନ ମହିଳାଙ୍କର 24 ବର୍ଷ ବୟସରେ ମୃତ୍ୟୁ ହୋଇଛି । ସେ ଲିପଷ୍ଟିକ୍, ବ୍ଲଶ୍ ଏବଂ ଫେସ୍ ମାସ୍କ ଭଳି କସମେଟିକ୍ ଉତ୍ପାଦ ଖାଇ ଭିଡିଓ ବନଉଥିଲେ ।

ଓଡ଼ିଶା ଭାସ୍କର: ନିଜର ଫଲୋର୍ସ ବଢାଇବା ପାଇଁ କିଛି ଲୋକ ଅଜବ ଗଜବ କାରନାମା କରିଥାନ୍ତି । ରାତାରାତି ଫେମସ ହେବା ପାଇଁ ସେମାନେ କିଛି ବି କରିବାକୁ ପଛାଇ ନଥାନ୍ତି । ଯାହାର ଭିଡ଼ିଓ ଆପଣ ନିଶ୍ଚିତ ଦେଖିଥିବେ । ହେଲେ ଏହାର ପରିଣତି ବିଷୟରେ ସେମାନେ ଚିନ୍ତା ବି କରନ୍ତି ନାହିଁ । ଫଳରେ ଅନେକ ଅସୁବିଧାର ସମ୍ମୁଖିନ ହୋଇଥାନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଜଣଙ୍କ ବିଷୟରେ କହିବୁ, ଯାହାଙ୍କର ରାତାରାତି ଭାଇରାଲ ହେବାର ନିଶା ତାଙ୍କ ଜୀବନ ନେଇଯାଇଛି ।

ମେକଅପ୍ ସମ୍ବନ୍ଧିତ ଭିଡିଓ ପାଇଁ ଫେମସ୍ ଜଣେ ତାଇୱାନ ମହିଳାଙ୍କର 24 ବର୍ଷ ବୟସରେ ମୃତ୍ୟୁ ହୋଇଛି । ସେ ଲିପଷ୍ଟିକ୍, ବ୍ଲଶ୍ ଏବଂ ଫେସ୍ ମାସ୍କ ଭଳି କସମେଟିକ୍ ଉତ୍ପାଦ ଖାଇ ଭିଡିଓ ବନଉଥିଲେ ।  ସୋସିଆଲ ମିଡିଆରେ ‘ଗ୍ବାବା ବିଉଟି’ ନାମରେ ଜଣାଶୁଣା ଏହି ଇନଫ୍ଲୁୟେନସରଙ୍କର 12,000 ରୁ ଅଧିକ ଫଲୋର୍ସ ଥିଲେ । 24 ମେ ରେ ତାଙ୍କ ମୃତ୍ୟୁ ଖବର ଆସିବା ପରେ, ଅନୁମାନ କରାଯାଉଛି ଯେ, ସେ ମେକଅପ୍ ସାମାନ ଭଳି ରାସାୟନିକ ଉତ୍ପାଦଗୁଡ଼ିକୁ ଖାଇ ତାଙ୍କ ଦେହରେ ବିଷ ଖେଳିଯାଇଥିବ କିମ୍ବା ତାଙ୍କର ହୃଦଘାତ ହୋଇଥାଇପାରେ ।

ତାଙ୍କର ଏକ ଭିଡିଓରେ, ସେ ତାଙ୍କ ଗାଲ ଏବଂ ଓଠରେ ଜେଲି ପରି ବ୍ଲଶ ଲଗାଇବା ପରେ ତାହାକୁ ଏକ କଣ୍ଟା ସାହାଯ୍ୟରେ ଚୋବାଇ ଚୋବାଇ ଖାଇଥିଲେ । ଏବଂ ଏହାର ସ୍ୱାଦକୁ ସେ ବହୁତ ଖରାପ ବୋଲି କହିଥିଲେ। କିଛି ଫଲୋର୍ସ ଏହି ଭିଡିଓ ଦେଖି ଚିନ୍ତା ପ୍ରକାଶ କରିଥିଲେ। ଅନେକ ଲୋକ ରାସାୟନିକ ଉତ୍ପାଦ ଖାଇ ଅନ୍ୟ ଯୁବକମାନଙ୍କୁ ଭୁଲ ବାର୍ତ୍ତା ଦେଉଥିବାରୁ ଏହି ଇନଫ୍ଲୁଏନ୍ସରଙ୍କୁ ସମାଲୋଚନା ମଧ୍ୟ କରିଥିଲେ।

ତେବେ ତାଙ୍କର ମୃତ୍ୟୁ ବିଷୟରେ ତାଙ୍କ ପରିବାର ପକ୍ଷରୁ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ସୂଚନା ସେୟାର କରାଯାଇଥିଲା, ଯେଉଁଥିରେ ଲେଖାଯାଇଥିଲା ଯେ “ସେ ସର୍ବଦା ସାହସର ସହିତ ତାଙ୍କ ଜୀବନର ସବୁ କଷ୍ଟକୁ ସାମ୍ନା କରିଥିଲେ।” ପୋଷ୍ଟରେ ଉଲ୍ଲେଖ କରାଯାଇଥିଲା ଯେ ତାଙ୍କର ମୃତ୍ୟୁ 24 ମେ 2025 ରେ ହଠାତ୍ ଅସୁସ୍ଥତା ଯୋଗୁଁ ହୋଇଥିଲା, ଯଦିଓ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ।