ଭଦ୍ରକ: ଗୋଡ଼ାଇ ଗୋଡ଼ାଇ ଗୋରୁ ବୋଝେଇ ଗାଡି ଜବତ କରିଛି ପୁଲିସ। ଏହି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା NH ଅନ୍ତର୍ଗତ ବନ୍ତ ଛକରେ।
ବେଆଇନ ଭାବରେ ଗୋରୁ ବୋଝେଇ ପିକଅପ ଭ୍ୟାନ୍ ନେଇ ଡ୍ରାଇଭର ଯାଉଥିବା ବେଳେ NHରେ ଗୋଡ଼ାଇ ଗୋଡ଼ାଇ ଗାଡିକୁ ଜବତ ଜବତ କଲା ପୁଲିସ।
ପୁଲିସ ଗୋଡ଼ାଉଥିବାର ଦେଖି ଡ୍ରାଇଭର ନୂଆ ବସଷ୍ଟାଣ୍ଡ ନିକଟରେ ଗାଡି ଫେରାର ହୋଇଯାଇଥିବାବେଳେ 9 ଗୋରୁ ସେହି ଗାଡ଼ିରୁ ଉଦ୍ଧାର ହୋଇଛନ୍ତି।
ଦିନକୁ ଦିନ ବେଆଇନ ଭାବେ ଗୋରୁ ଚାଲାଣ ବଢୁଛି ପଛେ ଥମିବାର ନାଁ ନେଉନାହିଁ। ଏହି ପରି ଅନେକ ଘଟଣା ଆମ ସାମ୍ନାକୁ ପ୍ରତିଦିନ ଆସୁଛି, ପୁଲିସ ସେସବୁର ତଦନ୍ତ ମଧ୍ୟ କରୁଛି କିନ୍ତୁ ଫଳାଫଳ ଶୂନ।