ଆଜି ଇଦ୍ ଅଲ୍-ଅଦା ବା ବକ୍ରୀଦ, ଏହି ଦିନ କାହିଁକି ଦିଆଯାଏ ପଶୁ ବଳି ?

ଇସଲାମ୍ ଧର୍ମର ଏକ ବଡ଼ ପର୍ବ ହେଉଛି ଇଦ୍ ଅଲ୍ ଅଦା । ତେବେ ତାଲନ୍ତୁ ଜାଣିବା ବକ୍ରୀଦର ଗୁରୁତ୍ୱ, ନମାଜ୍ ସମୟ ଏବଂ ବଳିଦାନ ସମ୍ବନ୍ଧୀୟ ସୂଚନା।

ଓଡ଼ିଶା ଭାସ୍କର: ଇସଲାମ୍ ଧର୍ମର ଏକ ବଡ଼ ପର୍ବ ହେଉଛି ଇଦ୍ ଅଲ୍ ଅଦା । (Eid Al Adha 2025) ବା ବଡ଼ ଇଦ୍ । ଏହାଛଡ଼ା ଏହାକୁ ବଳିଦାନର ପର୍ବ ବୋଲି ମଧ୍ଯ କୁହାଯାଏ । ଏହି ଦିନ (Prophet Ibrahim)  ଇସଲାମ ଧର୍ମର ଇବ୍ରାହିମଙ୍କୁ ନେଇ ଏକ କିମ୍ବଦନ୍ତୀ ମଧ୍ୟ ରହିଛି । ମୁସଲମାନ ଧର୍ମରେ ଇଦ୍ ଅଲ-ଅଦା ପର୍ବ ଇସଲାମ କ୍ୟାଲେଣ୍ଡରର ଦ୍ୱାଦଶ ମାସ ଜୁଲ-ହିଜାଙ୍କ ଦଶମ ଦିନ ଏହା ପାଳନ କରାଯାଏ। ଫଳରେ ଆଜି ଅର୍ଥାତ ଜୁନ 7 ରେ ସମଗ୍ର ଦେଶ ତଥା ବିଶ୍ୱରେ ଇଦ୍ ଅଲ-ଅଦା ବା ବକ୍ରୀଦ ପର୍ବ ପାଳନ କରାଯାଉଛି । ତେବେ ତାଲନ୍ତୁ ଜାଣିବା ବକ୍ରୀଦର ଗୁରୁତ୍ୱ, ନମାଜ୍ ସମୟ ଏବଂ ବଳିଦାନ ସମ୍ବନ୍ଧୀୟ ସୂଚନା।

ବକ୍ରୀଦରେ 5ଟି ବିଶେଷ କଥା…

-ବକ୍ରୀଦ ହେଉଛି ଇସଲାମର ଦ୍ୱିତୀୟ ସବୁଠାରୁ ବଡ଼ ପର୍ବ।

-ଜିଲ୍-ହିଜ୍ଜାର ଦଶମ ଦିନ ବକ୍ରୀଦ ପର୍ବ ପାଳନ କରାଯାଏ।

-ବକ୍ରୀଦ ଦିନ ନମାଜ୍ ପରେ ପଶୁ ବଳି ଦିଆଯାଏ।

-ଯେଉଁମାନଙ୍କର 50 ହଜାର ଟଙ୍କାରୁ ଅଧିକ ଅଛି ସେମାନଙ୍କ ପାଇଁ ବଳିଦାନ ବାଧ୍ୟତାମୂଳକ।

-ବକ୍ରୀଦର ମାଂସକୁ 3 ଭାଗରେ ବିଭକ୍ତ କରାଯାଏ । ପ୍ରଥମ ଭାଗ ଗରୀବଙ୍କୁ, ଦ୍ବିତୀୟ ଭାଗ ସମ୍ପର୍କୀୟଙ୍କୁ ଏବଂ ତୃତୀୟ ଭାଗ ନିଜ ପରିବାର ପାଇଁ ରଖାଯାଏ ।

ବକ୍ରୀଦରେ କେତେ ଦିନ ବଳି ଦିଆଯାଏ ?

କେବଳ ବକ୍ରୀଦ ଦିନ ନୁହେଁ, ବରଂ ତିନି ଦିନ ଅର୍ଥାତ୍ ଜିଲହିଜ୍ଜାର ଦଶମ, ଏକାଦଶ ଏବଂ ଦ୍ବାଦଶ ଦିନ ପର୍ଯ୍ୟନ୍ତ ବଳିଦାନ ଦିଆଯାଇପାରିବ। ବଳିଦାନ ପରେ, ମାଂସକୁ ତିନି ଭାଗରେ ବିଭକ୍ତ କରାଯାଏ। ପ୍ରଥମ ଭାଗ ଗରିବଙ୍କ ପାଇଁ, ଦ୍ୱିତୀୟ ଭାଗ ସମ୍ପର୍କୀୟଙ୍କ ପାଇଁ ଏବଂ ତୃତୀୟ ଭାଗ ନିଜ ପରିବାର ପାଇଁ। ବକରୀଦରେ ଏହି ମାଂସ ବଣ୍ଟନ ସମାଜରେ ଏକତା ଏବଂ ସମାନତାର ଭାବନାକୁ ପ୍ରୋତ୍ସାହିତ କରିବା ପାଇଁ କରାଯାଏ ।

ବକ୍ରୀଦରେ କୁର୍ବାନୀର ପରମ୍ପରା କଣ ବାର୍ତ୍ତା ଦିଏ?

ବକ୍ରିଦରେ ଦିଆଯାଇଥିବା କୁର୍ବାନୀ ବଳିଦାନ ସହିତ ଜଡିତ। ଏହା ଆଲ୍ଲାହଙ୍କ ପ୍ରତି ସମର୍ପଣ ଭାବନା, ତ୍ୟାଗ ଏବଂ ଭକ୍ତି ସହିତ ଜଡିତ। ଏହି ପର୍ବ ଶିକ୍ଷା ଦିଏ ଯେ, ଯଦି ଆମକୁ ଆଲ୍ଲାହଙ୍କ ରାସ୍ତାରେ ବା ମାର୍ଗରେ କିଛି ତ୍ୟାଗ କରିବାକୁ ପଡ଼େ, ତେବେ ଆମେ ଏହାକୁ ନିଃସ୍ୱାର୍ଥପର ଭାବରେ ତ୍ୟାଗ କରିବା ଉଚିତ, କାରଣ ଆଲ୍ଲାହ କେବେବି ତାଙ୍କ ସେବକମାନଙ୍କ ସହିତ ଭୁଲ ବା କିଛି ଖରାପ ହେବାକୁ ଦିଅନ୍ତି ନାହିଁ ।

ବକ୍ରି ଇଦକୁ ଣ ରହିଛି ପୌରାଣିକ କଥା (Bakra Eid significance)

ଇସଲାମିକ୍ ବିଶ୍ୱାସ ଅନୁଯାୟୀ, ଭବିଷ୍ୟବକ୍ତା ଇବ୍ରାହିମଙ୍କର (Prophet Ibrahim) ଆଲ୍ଲାଙ୍କ ପ୍ରତି ଅଗାଢ ବିଶ୍ବାସ ଓ ଭଲ ପାଇବା ରହିଥିଲା । ଏହା ଦେଖି ଆଲ୍ଲା ଦିନେ ତାଙ୍କର ପରୀକ୍ଷା ନେଇଥିଲେ । ଆଲ୍ଲାଙ୍କ ତାଙ୍କୁ ତାଙ୍କର ଅତି ପ୍ରିୟର ଜିନିଷ ବଳି ଦେବାକୁ କହିଥିଲେ। ଇବ୍ରାହିମଙ୍କ ତାଙ୍କ ପୁତ୍ର ହଜରତ ଇସମାଇଲଙ୍କୁ ନିଜ ଜୀବନଠାରୁ ଅଧିକ ଭଲ ପାଉଥିଲେ । ଆହ୍ଲାଙ୍କ ଆଦେଶ ପାଇବା ପରେ ଇବ୍ରାହିମ ତାଙ୍କ ପୁଅକୁ ବଳି ଦେବାକୁ ନିଷ୍ପତ୍ତି ନେଇଥିଲେ। ସେ ନିଜ ପୁଅକୁ ବଳି ଦେବାକୁ ଯିବା ମାତ୍ରେ ଆଲ୍ଲା ତାଙ୍କ ପୁଅର ଜୀବନ ଫେରାଇ ଦେଇଥିଲେ ।  ଆଲ୍ଲା ପୁଅ ବଦଳରେ ପଶୁ ବଳିଦାନ ଦେଇଥିଲେ। ଜିଲହିଜ୍ଜ ମାସର ଦଶମ ଦିନରେ ଏହି ଘଟଣା ଘଟିଥିଲା। ଏହାର ସ୍ମୃତିରେ ପ୍ରତିବର୍ଷ ଜିଲହିଜ୍ଜ ମାସର ଦଶମ ଦିନରେ ବକ୍ରି ଇଦ୍ ପର୍ବ ପାଳନ କରାଯାଇଥାଏ।