୭ ମାଓବାଦୀଙ୍କ ମୃତଦେହ ଉଦ୍ଧାର, ୨ ଚିହ୍ନଟ

ରାଞ୍ଚି,୭ା୬: ବିଜାପୁର ନ୍ୟାସନାଲ ପାର୍କ ଅଞ୍ଚଳରୁ ୭ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ୫, ୬, ୭ ତାରିଖ ସର୍ଚ୍ଚ ଅପରେସନ ଏବଂ ଏନ୍‌କାଉଣ୍ଟରେ ଏହି ମାଓବାଦୀମାନେ ଟଳିପଡ଼ିଥିଲେ। ତେବେ ମୃତ ମାଓବାଦୀଙ୍କ ମଧ୍ୟରେ ସିସିଏମ୍‌ ଗୌତମ ସୁଧାକର ରହିଥିବାବେଳେ ତେଲେଙ୍ଗାନା ଷ୍ଟେଟ୍‌ କମିଟି ସଦସ୍ୟ ଭାସ୍କରଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଚିହ୍ନଟ ହୋଇ ନଥିବା ଆଉ ୫ ମାଓବାଦୀଙ୍କ ପରିଚୟ ଖୋଜା ଚାଲିଛି।