ସାଂସଦ ପ୍ରିୟା ସରୋଜ ଏବଂ କ୍ରିକେଟର ରିଙ୍କୁ ସିଂହଙ୍କ ଆଜି ନିର୍ବନ୍ଧ, ଏହି ଅତିଥି ଦେବେ ଯୋଗ

ଆଜି ପ୍ରିୟା ସରୋଜ ଏବଂ କ୍ରିକେଟର ରିଙ୍କୁ ସିଂହଙ୍କ ନିର୍ବନ୍ଧ, କିଏ ଦେବେ ଯୋଗ ଜାଣନ୍ତୁ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଟିମର ଖେଳାଳି ରିଙ୍କୁ ସିଂହ ଏବଂ ସମାଜବାଦୀ ପାର୍ଟୀର ସାଂସଦ ପ୍ରିୟା ସରୋଜଙ୍କ ନିର୍ବନ୍ଧ ଆଜି ଲକ୍ଷ୍ନୌର ଫାଇଭ ଷ୍ଟାର ହୋଟେଲ ସେଣ୍ଟ୍ରମର ଫଲକର୍ନ ହଲରେ ଆୟୋଜିତ ହେବ।

ଏହି ଅତିଥି ଦେବେ ଯୋଗ: ଭାରତୀୟ କ୍ରିକେଟ ଟିମର ଖେଳାଳି ରିଙ୍କୁ ସିଂହ ଏବଂ ସମାଜବାଦୀ ପାର୍ଟୀର ସାଂସଦ ପ୍ରିୟା ସରୋଜଙ୍କ ନିର୍ବନ୍ଧର ଭବ୍ୟ ଆୟୋଜନ ଫାଇଭ ଷ୍ଟାର ହୋଟେଲରେ କରାଯାଇଛି।

ଏହି ଅବସରରେ ସପା ଦଳର ମୁଖ୍ୟ ଅଖିଳେଶ ଯାଦବ, ସପା ସାଂସଦ ଡିମ୍ପଲ ଯାଦବ ଏବଂ ଜୟା ବଚ୍ଚନଙ୍କ ସମେତ ଅନେକ ନେତା ଏବଂ କ୍ରିକେଟ ଜଗତର ଲୋକେ ସାମିଲ ହେବେ।

ବିବାହକୁ ମିଳିଲା ପରିବାରର ସ୍ୱୀକୃତି: ସପା ସାଂସଦ ପ୍ରିୟା ସରୋଜଙ୍କ ବାପା ଏବଂ ସପା ବିଧାୟକ ତୁଫାନୀ ସରୋଜ ମିଡିଆ ସହ କଥା ହୋଇ କହିଛନ୍ତି ଯେ, ଦୁଇ ପରିବାରର ଏହି ବିବାହକୁ ମଞ୍ଜୁରୀ ମିଳିସାରିଛି। ଆଜି ପାରିବାର ଏବଂ ସଂପର୍କୀୟ ଲୋକଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମ ହେବାକୁ ଯାଉଛି।