ଅନୈତିକ ସମ୍ପର୍କ ପାଇଁ ଜଣେ ଲୋକକୁ ଜାଳିଦେଲେ ଗ୍ରାମବାସୀ

ଗଜପତି: ଅନୈତିକ ସମ୍ପର୍କ କାରଣରୁ ଜଣେ ବ୍ୟକ୍ତିକୁ ହତ୍ୟା କରି ଜାଳିଦେଲେ ଗ୍ରାମବାସୀ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲାର ମୋହନା ଥାନା ଅନ୍ତର୍ଗତ କୁଇହୁରୁ ଗାଁରେ।

ଖବର ମୁତାବକ, ବ୍ୟକ୍ତି ଜଣକ ଗାଁରେ ଜଣଙ୍କ ସହ ଅନୈତିକ ସମ୍ପର୍କ ରଖିଥିଲେ। ଯାହାକୁ ଜାଣିବା ପରେ ଗାଁ ଲୋକେ ରାଗିଯାଇ ବ୍ୟକ୍ତିଜଣଙ୍କୁ ମାରିଦେଇଥିଲେ।

ମାରିସାରିବା ପରେ ତାଙ୍କ ଉପରେ କିରାସିନି ଢାଳି ତାଙ୍କୁ ପୋଡିଦେଇଥିଲେ। ଏସବୁ ବିଷୟରେ ପରିବାର ଲୋକେ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।