ରଥଯାତ୍ରାରେ ଚାଲିବ ୩୬୫ ସ୍ୱତନ୍ତ୍ର ଟ୍ରେନ୍‌, ବଡ଼ଦାଣ୍ଡକୁ ଜଗିବ AI

ରଥଯାତ୍ରା ପାଇଁ ବଡ଼ ବ୍ୟବସ୍ଥା: ଚାଲିବ ୩୬୫ଟି ସ୍ୱତନ୍ତ୍ର ଟ୍ରେନ

ପୁରୀ: ପାଖେଇ ଆସୁଛି ରଥଯାତ୍ରା। ଏଥିପାଇଁ ଚଳଚଞ୍ଚଳ ପୁରୀ। ଏହି ପର୍ବରେ ସାମିଲ ହେବାକୁ କାହିଁ ଦେଶ-ବିଦେଶରୁ ଲୋକେ ପୁରୀ ଧାଇଁ ଆସନ୍ତି। ଏଥିପାଇଁ ସରକାର ଉତ୍ତମ ବ୍ୟବସ୍ଥା କରିଛନ୍ତି। ସୂଚନା ମୁତାବକ, ରଥଯାତ୍ରାରେ ୩୬୫ଟି ସ୍ୱତନ୍ତ୍ର ଟ୍ରେନ ଚାଲିବ ।

ଏଥିସହ ରଥଯାତ୍ରାରେ ୩୦୦ରୁ ଅଧିକ ଡାକ୍ତର ନିୟୋଜିତ ହେବେ। ଏଆଇ କ୍ୟାମେରାରେ ସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରାଯିବ। ଅଂଶୁଘାତ ମୁକାବିଲା ପାଇଁ ମଧ୍ୟ ବ୍ୟବସ୍ଥା କରାଯିବ।

ସବୁ ସିଏଚସି, ପିଏଚସିରେ ଅଂଶୁଘାତ ପାଇଁ ଏଫଏସି ବ୍ୟବସ୍ଥା କରାଯିବ। ଯେଉଁସ୍ଥାନରେ ଏସି ନାହିଁ, ସେଠି କୁଲର ବ୍ୟବସ୍ଥା କରାଯିବ। ସବୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଓଆରଏସି କର୍ଣ୍ଣର କରାଯାଇଛି। ମାର୍କେଟ ଛକରୁ ସିଂହଦ୍ୱାର ଯାଏଁ ଓଆରଏସ କର୍ଣ୍ଣର।