ନୂଆଦିଲ୍ଲୀ: ଭାରତୀୟ ଜୀବନ ବୀମା ନିଗମ (LIC) ଆଣିଛି ଏକ ସ୍ୱତନ୍ତ୍ର ପେନସନ୍ ଯୋଜନା, ‘ସରଳ ପେନସନ୍ ଯୋଜନା’, ଯାହା ଏକ ସିଙ୍ଗଲ ପ୍ରିମିୟମ, ନନ୍-ଲିଙ୍କଡ୍, ନନ୍-ପାର୍ଟିସିପେଟିଂ ଏବଂ ଇମିଡିଏଟ ଆନୁଇଟି ପ୍ଲାନ୍ ଅଟେ। ଏହି ଯୋଜନାରେ ଆପଣଙ୍କୁ ମାତ୍ର ଗୋଟିଏ ଥର ପାଇଁ ଏକମୁଷ୍ଟି ଟଙ୍କା ନିବେଶ କରିବାକୁ ପଡ଼ିବ, ଏବଂ ତା’ପରେ ଆପଣଙ୍କୁ ତୁରନ୍ତ ପେନସନ୍ ମିଳିବା ଆରମ୍ଭ ହେବ। ଏହି ଯୋଜନାର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି, ଆପଣ ୪୦ ବର୍ଷ ବୟସରୁ ହିଁ ଏହି ପେନସନର ସୁବିଧା ପାଇପାରିବେ।
ସରଳ ପେନସନ୍ ଯୋଜନାର ମୁଖ୍ୟ ବିଶେଷତ୍ୱ
ଏକମୁଷ୍ଟି ନିବେଶ: ଏହି ଯୋଜନାରେ ଆପଣଙ୍କୁ ମାତ୍ର ଗୋଟିଏ ଥର ପ୍ରିମିୟମ ଦେବାକୁ ପଡ଼ିବ। ଏହାପରେ ଆପଣଙ୍କୁ ନିୟମିତ ପେନସନ୍ ମିଳିବ।
ତୁରନ୍ତ ପେନସନ୍: ନିବେଶ କରିବା ମାତ୍ରେ ହିଁ ପେନସନ୍ ଆରମ୍ଭ ହେବ, ଯାହା ଆପଣଙ୍କ ଜୀବନସାରା ଜାରି ରହିବ।
୪୦ ବର୍ଷରୁ ପେନସନ୍: ସାଧାରଣତଃ ପେନସନ୍ ଯୋଜନା ୬୦ ବର୍ଷ ବୟସରୁ ଆରମ୍ଭ ହୁଏ, କିନ୍ତୁ ଏହି ଯୋଜନାରେ ୪୦ ବର୍ଷ ବୟସରୁ ହିଁ ଆପଣ ପେନସନ୍ ପାଇବା ଆରମ୍ଭ କରିପାରିବେ।
ଦୁଇଟି ଆନୁଇଟି ବିକଳ୍ପ:
ଲାଇଫ ଆନୁଇଟି ସହିତ ୧୦୦% ପରଚେଜ୍ ପ୍ରାଇସ୍ ରିଟର୍ନ: ଏହା ଏକକ ପଲିସିଧାରୀଙ୍କ ପାଇଁ, ଯେଉଁଠାରେ ପଲିସିଧାରୀ ଜୀବିତ ଥିବା ପର୍ଯ୍ୟନ୍ତ ପେନସନ୍ ମିଳିବ ଏବଂ ମୃତ୍ୟୁ ପରେ ନିବେଶ କରାଯାଇଥିବା ମୂଳ ରାଶି (ପରଚେଜ୍ ପ୍ରାଇସ୍) ନାମୀଙ୍କୁ ଫେରସ୍ତ ହେବ।
ଜଏଣ୍ଟ ଲାଇଫ ଲାଷ୍ଟ ସର୍ଭାଇଭର ଆନୁଇଟି: ଏହା ଦମ୍ପତିଙ୍କ ପାଇଁ, ଯେଉଁଠାରେ ପଲିସିଧାରୀ ଓ ତାଙ୍କ ଜୀବନସାଥୀ ମଧ୍ୟରୁ ଜଣେ ଜୀବିତ ଥିବା ପର୍ଯ୍ୟନ୍ତ ପେନସନ୍ ମିଳିବ। ଶେଷ ଜୀବିତ ବ୍ୟକ୍ତିଙ୍କ ମୃତ୍ୟୁ ପରେ ପରଚେଜ୍ ପ୍ରାଇସ୍ ନାମୀଙ୍କୁ ଫେରସ୍ତ ହେବ।
ନ୍ୟୂନତମ ଓ ସର୍ବାଧିକ ପେନସନ୍: ନ୍ୟୂନତମ ବାର୍ଷିକ ପେନ୍ସନ ହେଉଛି ୧୨,୦୦୦ ଟଙ୍କା (ମାସିକ ୧,୦୦୦ ଟଙ୍କା)। ପରଚେଜ୍ ପ୍ରାଇସ୍ ଆପଣଙ୍କ ବୟସ, ଆନୁଇଟି ମୋଡ୍ ଏବଂ ବିକଳ୍ପ ଉପରେ ନିର୍ଭର କରେ। ସର୍ବାଧିକ ପରଚେଜ୍ ପ୍ରାଇସ୍ ଉପରେ କୌଣସି ସୀମା ନାହିଁ।
ପେମେଣ୍ଟ ମୋଡ୍: ଆପଣ ମାସିକ, ତ୍ରୈମାସିକ, ଅର୍ଦ୍ଧବାର୍ଷିକ କିମ୍ବା ବାର୍ଷିକ ଭାବେ ପେନସନ୍ ନେବାର ବିକଳ୍ପ ବାଛିପାରିବେ।
ଅନ୍ୟାନ୍ୟ ସୁବିଧା
ଋଣ ସୁବିଧା: ପଲିସି ଆରମ୍ଭ ହେବାର ୬ ମାସ ପରେ ଆପଣ ଋଣ ନେଇପାରିବେ। ଋଣର ସର୍ବାଧିକ ପରିମାଣ ଏପରି ହେବ ଯେ ବାର୍ଷିକ ସୁଧ ପେନସନର ୫୦%ରୁ ଅଧିକ ହେବ ନାହିଁ।
ସରେଣ୍ଡର ସୁବିଧା: ଯଦି ପଲିସିଧାରୀ, ତାଙ୍କ ଜୀବନସାଥୀ କିମ୍ବା ସନ୍ତାନଙ୍କୁ ଗୁରୁତର ରୋଗ ନିର୍ଣ୍ଣୟ ହୁଏ, ତେବେ ପଲିସି ଆରମ୍ଭ ହେବାର ୬ ମାସ ପରେ ସରେଣ୍ଡର କରାଯାଇପାରିବ। ଏହି ସ୍ଥିତିରେ ୯୫% ପରଚେଜ୍ ପ୍ରାଇସ୍ (ଋଣ ଓ ସୁଧ ବାଦ୍ ଦେଇ) ଫେରସ୍ତ ହେବ।
ଫ୍ରି ଲୁକ୍ ପିରିୟଡ୍: ଅଫଲାଇନ୍ କିଣିଲେ ୧୫ ଦିନ ଓ ଅନଲାଇନ୍ କିଣିଲେ ୩୦ ଦିନର ଫ୍ରି ଲୁକ୍ ପିରିୟଡ୍ ମିଳିବ, ଯେଉଁଥିରେ ଆପଣ ପଲିସି ଫେରାଇ ପାରିବେ।
ଅନଲାଇନ୍ ରିହାତି: ଅନଲାଇନ୍ କିଣିଲେ ୨% ରିହାତି ମିଳିବ।
ଟ୍ୟାକ୍ସ ସୁବିଧା: ଆୟକର ଆଇନ ୧୯୬୧ର ଧାରା ୮୦C ଅନୁଯାୟୀ ଟ୍ୟାକ୍ସ ସୁବିଧା ମିଳିପାରେ।
କେଉଁମାନେ ନେଇପାରିବେ?
ବୟସ: ୪୦ ରୁ ୮୦ ବର୍ଷ ମଧ୍ୟରେ ଥିବା ବ୍ୟକ୍ତି।
ନାଗରିକତା: ଭାରତୀୟ ନାଗରିକ।