ବାଙ୍କୀରେ ବ୍ୟାପୁଛି ଝାଡ଼ାବାନ୍ତି, 50ରୁ ଉର୍ଦ୍ଧ୍ବ ଆକ୍ରାନ୍ତ
ବାଙ୍କୀ ଘୋଳପୁରରେ ଝାଡ଼ାବାନ୍ତି । ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା । 50ରୁ ଅଧିକ ଡାଇରିଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 13 ଆକ୍ରାନ୍ତଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
କଟକ: ବାଙ୍କୀ ଘୋଳପୁରରେ ଝାଡ଼ାବାନ୍ତି । ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା । 50ରୁ ଅଧିକ ଡାଇରିଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 13 ଆକ୍ରାନ୍ତଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଖବର ପାଇବା ପରେ ସୁବର୍ଣ୍ଣପୁର୍ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧୀକ୍ଷକ ଡକ୍ଟର ଅମରେଶ ସାହୁଙ୍କ ତତତ୍ଵାବଧାନରେ ଏକ ଡ଼ାକ୍ତରୀ ଟିମ୍ ଘଟଣା ସ୍ଥଳକୁ ଯାଇଛି। ଆକ୍ରାନ୍ତଙ୍କ ଚିକିତ୍ସା କରିବା ସହ ଔଷଧ, ହାଲୋଜେନ ବଟିକା ବଣ୍ଟନ କରିଥିଲେ । ଖୋଲା କୂଅ, ନଳକୂଅରେ ବ୍ଲିଚିଂ ପକାଇ ଜଳ ବିଶୋଧନ କରାଯିବା ସହ ପାଣି ନମୁନା ପରୀକ୍ଷାଗାରକୁ ପଠା ଯାଇଛି। ପାଣି ଫୁଟାଇ ପିଇବାକୁ ଲୋକଙ୍କୁ କୁହାଯାଇଛି। ଆଶା କର୍ମୀ ଘରକୁ ଘର ବୁଲି ଲୋକଙ୍କୁ ସଚେତନ କରିଛନ୍ତି। କଟକରୁ ମାଇକ୍ରୋ ବାଇଲୋଜିଷ୍ଟ ଦଳ ଆସି ସ୍ଥିତି ଅନୁଧ୍ୟାନ କରୁଛନ୍ତି।