ଡାଇରିଆ ମୃତ୍ୟୁସଂଖ୍ୟା 14 କୁ ବୃଦ୍ଧି!

ଯାଜପୁର: ଯାଜପୁର ଜିଲ୍ଲା ଗସ୍ତରେ ସ୍ୱାସ୍ଥ୍ୟ ମନ୍ତ୍ରୀ। ଧର୍ମଶାଳା ମେଡିକାଲକୁ ଯାଇ ଡାଇରିଆ ଆକ୍ରାନ୍ତଙ୍କୁ ଭେଟିବା ସହ ସ୍ଥିତି ଅନୁଧ୍ୟାନ କରିବେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ।

ଯାଜପୁରରେ ଡାଇରିଆ ମୃତ୍ୟୁସଂଖ୍ୟା 14କୁ ବୃଦ୍ଧି ହୋଇଥିବାବେଳେ ଆଜି ଝାଡ଼ାବାନ୍ତିରେ 3ଜଣଙ୍କ ମୃତ୍ୟୁ ଘଟିଛି। ଜଣେ ଖଇରାବାଦ ଗାଁର ହୋଇଥିବାବେଳେ ଆଉ 2ଜଣ କୋଟଵସନ୍ତପୁର ଏବଂ କମଳପୁର ଅଞ୍ଚଳର।