fbpx

ଖଜୁରୀରେ ରହିଥିବା ଔଷଧୀୟ ଗୁଣ ବିଷୟରେ ଜାଣନ୍ତୁ

ଖଜୁରୀ ଖାଇବାକୁ ପାଟିକୁ ବହୁତୁ ଭଲ ଲାଗିଥାଏ। ଖଜୁରୀ ବଜାରରେ ଅତି ସହଜରେ ମିଳି ଯାଇଥାଏ। ଖଜୁରୀରେ ଆଚାର ମଧ୍ୟ କରା ଯାଇଥାଏ। ତେବେ ଏହା ଖାଲି ପାଟିକୁ ଯେ ସୁଆଦିଆ ଲାଗିଥାଏ ଏହା ନୁହେଁ ଶରୀର ପାଇଁ ମଧ୍ୟ ବେଶ ଉପକାରୀ ହୋଇଥାଏ। ଖଜୁରୀରେ ଥିବା ଔଷଧୀୟ ଗୁଣ ସମ୍ପର୍କରେ ଆସନ୍ତୁ ଜାଣିବା..

ଖଜୁରୀ ଖାଇବା ଦ୍ୱାରା ଶରୀରରେ କୋଲେଷ୍ଟ୍ରଲ୍‌ ଓ ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ।

ଖଜୁରୀ ନିୟମିତ ଖାଇଲେ  ସ୍ମରଣ ଶକ୍ତି ବୃଦ୍ଧି ପାଏ।

ରାତିରେ  ଖଜୁରୀକୁ ପାଣିରେ ଭିଜାଇ ପରେ ସକାଳୁ ଉଠି ଖାଲି ପେଟରେ ଖଜୁରୀ ସହ ସେହି ପାଣିକୁ ସେବନ କଲେ ଆଣ୍ଠୁଗଣ୍ଠି ବିନ୍ଧାରୁ ମୁକ୍ତି ମିଳିଥାଏ।

ଖଜୁରୀରେ  ଭିଟାମିନ୍‌ ‘ସି’ ଏବଂ ‘ଡି’ ତ୍ୱଚା ସମ୍ୱନ୍ଧୀୟ ଅନେକ ସମସ୍ୟା ମଧ୍ୟ ଦୂର କରିଥାଏ। ନିୟମିତ ଖଜୁରୀ ଖାଇବା ଦ୍ୱାରା ମୁହଁ ଉଜ୍ୱଳ ଦେଖାଯାଏ।

କୋଷ୍ଠକାଠିନ୍ୟ, ପେଟ ଯନ୍ତ୍ରଣା ଥିଲେ ଖଜୁରୀ ଖାଆନ୍ତୁ। ଏଥିରେ ଥିବା ଫାଇବର୍‌ କୋଷ୍ଠକାଠିନ୍ୟ ସମସ୍ୟାକୁ ଦୂର କରି ପେଟ ସଫା କରିଥାଏ।

 

Get real time updates directly on you device, subscribe now.