ସିରିଜ ଦୁର୍ଘଟଣା, 3 ଗୁରୁତର

ଭୁବନେଶ୍ୱର: ଭୁବନେଶ୍ବର ପାତ୍ରପଡା ଛକରେ ସିରିଜ ଦୁର୍ଘଟଣା । ପଛକୁ ପଛ ପିଟି ହେଲା ୪ଟି ଟ୍ରକ । ଏତେ ଜୋରରେ ଦୁର୍ଘଟଣା ହୋଇଥିଲା ଯେ, ଟ୍ରକଟି ଭାଙ୍ଗି ଯାଇଥିଲା । ନିଶାଶକ୍ତ, ଏବଂ ଓଭରଟେକିଙ୍ଗକୁ ନେଇ ଦୁର୍ଘଟଣା ହୋଇଥିବା ଅନୁମାନ କରାଯାଉଥିବାବେଳେ ଦୁର୍ଘଟଣାରେ ୩ ଜଣ ଗୁରୁତର ହୋଇଛନ୍ତି ।

ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ସିମାନଙ୍କର ଚିକିତ୍ସା ଚାଲିଛି। ବିଳମ୍ବିତ ରାତିରେ ପାତ୍ରପଡ଼ା ଛକରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣା ପରେ ପ୍ରାୟ ଦେଢ଼ଘଣ୍ଟା ଧରି ରାସ୍ତା ଜାମ ହୋଇଥିଲା । ଘଟଣାସ୍ଥଳରେ ପୁଲିସ ପହଞ୍ଚିବା ପରେ ସ୍ଥିତିରେ ସୁଧାର ଆସିଥିଲା।