ମଧ୍ୟପ୍ରଦେଶ: ଚାକିରୀ ପାଇଁ ଜାଲ କାଗଜପତ୍ର, ସେ ପୁଣି ମିଛରେ ଜଣେ ମରିଥିବା ମହିଳାଙ୍କ ପୁଅ କହି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ରେୱାର ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟରେ।
ସେଠାରେ ଜଣେ ଯୁବକ ବ୍ରିଜେଶ କୋଲ୍, ଜଣେ ମୃତ ସହକାରୀ ଶିକ୍ଷୟିତ୍ରୀ ବେଲା କାଲି କୋଲଙ୍କ ପୁଅ ବୋଲି ଦାବି କରି ଜାଡୋରିର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପିଅନ ଚାକିରି ପାଇବା ପାଇଁ ଜାଲ କାଗଜପତ୍ର ବ୍ୟବହାର କରିଥିଲେ।
କିନ୍ତୁ ଆଶ୍ଚର୍ଯ୍ୟର କଥା ଏହା ଥିଲା ଯେ, ବେଲା କାଲି କୋଲ୍ ବ୍ରିଜେଶଙ୍କର କୌଣସି ସମ୍ପର୍କୀୟ ନଥିଲେ ଏବଂ ସେ କେବେ ଶିକ୍ଷା ବିଭାଗର କର୍ମଚାରୀ ମଧ୍ୟ ନଥିଲେ।
ନିୟମିତ ଦରମା ପ୍ରକ୍ରିୟାକରଣ ସମୟରେ ଯେତେବେଳେ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ସନ୍ଦେହ ହେଲା ସେ ଏହି ବିଷୟ ଉପରେ ତଦନ୍ତ କଲେ। ଜିଲ୍ଲା ଶିକ୍ଷା ଅଧିକାରୀ ସୁଦାମା ଗୁପ୍ତାଙ୍କ କମିଟି ଦ୍ୱାରା ତୁରନ୍ତ ତଦନ୍ତରୁ ଜଣାପଡ଼ିଥିଲା ଯେ, ଓମ୍ ପ୍ରକାଶ କୋଲ୍ ଏବଂ ସୁଷମା କୋଲ୍ ସମେତ ପାଞ୍ଚଟି ଠକଙ୍କ ନିଯୁକ୍ତି ସମାନ ଭାବରେ ଜାଲ୍ କାଗଜପତ୍ର ବ୍ୟବହାର କରି ବିଭିନ୍ନ ବ୍ଲକରେ କରାଯାଇଥିଲା।
ରେୱା କଲେକ୍ଟର ପ୍ରତିଭା ପାଲ ଏହି ବିଷୟରେ ନିଶ୍ଚିତ କରି କହିଛନ୍ତି ଯେ, ଏହିସବୁ ନକଲି ପ୍ରମାଣପତ୍ର ପ୍ରକୃତ ପ୍ରମାଣପତ୍ର ପରି ଲାଗୁଛି। ଯିଏ ଏହାକୁ ଦେଖିବ ସେ ସତ ବୋଲି ଭାବିବ।
ଏହି ସମ୍ପର୍କରେ ସମ୍ପୃକ୍ତ କ୍ଲର୍କ ସମେତ ଛଅ ଜଣଙ୍କ ବିରୁଦ୍ଧରେ ଏକ ଏଫଆଇଆର ରୁଜୁ କରାଯାଇଛି, ଏବଂ ସମସ୍ତଙ୍କୁ ଚାକିରୀରୁ ମଧ୍ୟ ବାହାର କରାଯାଇଛି ।