ନ୍ୟୁଜିଲାଣ୍ଡର କ୍ୟାପ୍ଟେନ ସନ୍ନ୍ୟାସ ପାଇଁ କଲେ ଘୋଷଣା, ODI ୱାର୍ଲଡ କପ୍ ହେବ ଶେଷ ଟୁର୍ଣ୍ଣାମେଣ୍ଟ
ମହିଳା ଦିନିକିଆ ବିଶ୍ୱ କପ ପରେ ନ୍ୟୁଜିଲାଣ୍ଡର କ୍ୟାପ୍ଟେନ ସୋଫି ଡିଭାଇନ୍ ୱାନଡେ ଫର୍ମାଟରୁ ସନ୍ନ୍ୟାସ ନେବେ
ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡର ମହିଳା କ୍ରିକେଟର ସୋଫି ଡିଭାଇନ ଦିନିକିଆ କ୍ରିକେଟରୁ ସନ୍ନ୍ୟାସ ପାଇଁ ଘୋଷଣା କରିଛନ୍ତି। ସେ ଭାରତ ମଇଦାନରେ ଖେଳାଯିବାକୁ ଥିବା ଓଡିଆଇ ୱାର୍ଲଡ କପ ୨୦୨୫ ପରେ ଏହି ଫର୍ମାଟରୁ ଅବସର ନେବେ।
କିନ୍ତୁ ସୋଫି ଘୋଷଣା କରିଛନ୍ତି ଯେ, ସେ T20I ଖେଳିବେ। ନ୍ୟୁଜିଲ୍ୟାଣ୍ଡ ବୋର୍ଡ ଗୋଟିଏ-ଦୁଇ ଦିନରେ ମହିଳା ଟିମର ସେଣ୍ଟ୍ରାଲ କଣ୍ଟ୍ରାକ୍ସର ଘୋଷଣା କରିଥାଆନ୍ତା, ଏହାର ଠିକ୍ ପୂର୍ବରୁ ଡିଭାଇନ ଓଡିଆଇରୁ ସନ୍ନ୍ୟାସ ନେଇଛନ୍ତି।
ଏହା ମଧ୍ୟ ସ୍ପଷ୍ଟ ହୋଇଛି ଯେ, ତାଙ୍କ ନାମ ବର୍ତ୍ତମାନ ସେଣ୍ଟ୍ରାଲ କଣ୍ଟ୍ରାକ୍ଟରେ ରହିବ ନାହିଁ। ତାଙ୍କ ପାଖରେ ବର୍ତ୍ତମାନ କେବଳ ଟି-୨୦ ଫର୍ମାଟର କଣ୍ଟ୍ରାକ୍ଟ ରହିବ।
ସୋଫି ଡିଭାଇନ୍ ସବୁଠୁ ଭଲ ଅଲରାଉଣ୍ଡର ଖେଳାଳି ଅଟନ୍ତି। ସେ ମାତ୍ର ୧୭ ବର୍ଷ ବୟସରେ ୨୦୦୬ରେ ଦିନିକିଆ କ୍ରିକେଟରେ ଡେବ୍ୟୁ କରିଥିଲେ। ଡିଭାଇନ (୧୫୨ ମ୍ୟାଚ୍ ) ନ୍ୟୁଜିଲାଣ୍ଡ ପାଇଁ ସବୁଠୁ ଅଧିକ ଦିନିକିଆ ମ୍ୟାଚ ଖେଳୁଥିବା ପ୍ଲେୟର୍ସ ତାଲିକାରେ ସୂଜୀ ବେଟ୍ସଙ୍କ ପରେ ଦ୍ୱିତୀୟ ନମ୍ବରରେ ଅଛନ୍ତି।