ଦିଗପହଣ୍ଡି ଡବଲ ମର୍ଡର ଘଟଣା: ମୁଖ୍ୟ ଅଭିଯୁକ୍ତ ସମେତ 4 ଜଣଙ୍କୁ ଆଜୀବନ କାରାଦଣ୍ଡ

ଦିଗପହଣ୍ଡି ଡବଲ ମର୍ଡର ଘଟଣା । ମୁଖ୍ୟ ଅଭିଯୁକ୍ତ ସମେତ 4 ଜଣ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଲେ ବ୍ରହ୍ମପୁର ADJ କୋର୍ଟ ।

ବ୍ରହ୍ମପୁର: ଦିଗପହଣ୍ଡି ଡବଲ ମର୍ଡର ଘଟଣା । ମୁଖ୍ୟ ଅଭିଯୁକ୍ତ ସମେତ 4 ଜଣ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଲେ ବ୍ରହ୍ମପୁର ADJ କୋର୍ଟ । ଦିଗପହଣ୍ଡି ଥାନା ପାଳଝାଡ଼ି ସୌରାପାହାଡ଼ରେ ଏହି ଡବଲ ମର୍ଡର ହୋଇଥିଲା । ପବର୍ବ ଶତ୍ରୁତାରୁ ଦୁଇ ଜଣଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଥିଲା ।

ଗଞ୍ଜାମ ଜିଲ୍ଲା ବହୁ ଚର୍ଚ୍ଚିତ ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ପାଳଝାଢ଼ି ଗ୍ରାମର ବିଜେଡି ନେତା ସୁଦର୍ଶନ ସୁଆର ଓ ସୁଧୀର ପାତ୍ର ହତ୍ୟା ମାମଲାର ଚୂଡାନ୍ତ ରାୟ ପ୍ରକାଶ ପାଇଛି। ଉପଯୁକ୍ତ ପ୍ରମାଣ ଆଧାରରେ ବ୍ରହ୍ମପୁର ଏଡିଜେ-3 ବିବସ୍ବତ ଗୌତମ 4ଜଣଙ୍କୁ ବୁଧବାର ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

ଅଭିଯୁକ୍ତମାନେ ହେଲେ ସଦର ଥାନା ଅନ୍ତର୍ଗତ କୁକୁ ବୁଡୁ ଦାସ, ଲାଠୀ ଗ୍ରାମର କୁନା ଗୌଡ଼, ମୁଖ୍ୟ ଅଭିଯୁକ୍ତ ଦିଗପହଣ୍ଡି ଥାନା ଅନ୍ତର୍ଗତ ପାଳଝା ଗରଣର ପ୍ରଶାନ୍ତ ଗୌଡ଼ ଓ ଚମାଖଣ୍ଡି ଥାନା ଅନ୍ତର୍ଗତ ଜଗନ୍ନାଥ ପୁରର ବି. ଦେବରାଜ ରେଡ୍ଡୀ।

2022 ମସିହାରେ ଦୁଇ ବିଜେଡି ନେତାଙ୍କୁ ଉକ୍ତ ପାଳଝା ଗ୍ରାମର ପ୍ରଶାନ୍ତ ଗୌଡ଼ ଓ ତାଙ୍କ ସହଯୋଗୀ ମାନେ ହତ୍ୟା କରିଥିଲେ। ଦିଗପହଣ୍ଡି ଥାନାରେ ଏନେଇ ଅଭିଯୋଗ ପରେ ପୋଲିସ ତଦନ୍ତ କରି 8ଜଣଙ୍କୁ ଗିରଫ କରିଥିଲା। 28 ଜଣ ସାକ୍ଷୀଙ୍କ ବୟାନ ଆଧାରରେ ଉପଯୁକ୍ତ ପ୍ରମାଣ ମିଳିଥିବାରୁ ଏଡିଜେ କୋର୍ଟ ଉକ୍ତ ରାୟ ପ୍ରକାଶ କରିଛନ୍ତି। ସରକାରଙ୍କ ପକ୍ଷରୁ ଏପିପି ରଜତ କୁମାର ଦାଶ ମକଦ୍ଦମା ପରିଚାଳନା କରିଥିଲେ।