fbpx

ଭାରତ ପରେ ଆମେରିକାରେ ମଧ୍ୟ ବ୍ୟାନ୍ ହୋଇପାରେ ଟିକ୍ ଟକ୍ !

ନୂଆଦିଲ୍ଲୀ, ୧ା୮: ଚୀନକୁ ଆଉ ଏକ ଝଟକା । ଭାରତରେ ଟିକ୍ ଟକ୍ ବ୍ୟାନ ହେବା ପରି ଆମେରିକାରେ ମଧ୍ୟ ଏହି ଆପକୁ ବ୍ୟାନ୍ କରିବା ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଚାର କରୁଥିବା ନେଇ ସୂଚନା ମିଳିଛି । ଟ୍ରମ୍ପ କହିଛନ୍ତି ଯେ ଚୀନର ଗୁଇନ୍ଦା ସଂସ୍ଥା ଏହି ଆପରୁ ତଥ୍ୟ ସଂଗ୍ରହ କରୁଥିବା ଜଣାପଡ଼ିଛି । ଏହାସହ ସିଲିକନ ଭାଲିର ବିଶେଷଜ୍ଞମାନେ ମଧ୍ୟ ଏହି ଆପକୁ ଆମେରିକାରେ ବ୍ୟାନ କରିବା ନେଇ ପରାମର୍ଶ ଦେଇଥିଲେ । ଏହାସହ ଟିକ ଟକ ଆପ ମାଧ୍ୟମରେ ଆମରେିକାର ସବୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଚୀନ ଗୁଇନ୍ଦା ବିଭାଗ ପାଖରେ ପହଞ୍ଚୁଥିବା ନେଇ ଟ୍ରମ୍ପ ସୂଚନା ଦେଇଛନ୍ତି । ତେଣୁ ଏହି ଆପକୁ ବ୍ୟାନ୍ କରିବା ନେଇ ବିଚାର କରୁଛନ୍ତି ଟ୍ରମ୍ପ ।

Get real time updates directly on you device, subscribe now.