ଓଡ଼ିଶା ଆସିଲେ, ପୂର୍ବ ବିଜେଡି ସରକାରକୁ ଟାର୍ଗେଟ୍ କରି ଫେରିଗଲେ ପ୍ରଧାନମନ୍ତ୍ରୀ

"ବିଜେଡି ସରକାର ସମୟରେ ଭ୍ରଷ୍ଟାଚାର ଦ୍ୱାରା ଓଡ଼ିଶାର ଭିତ୍ତିଭୂମି ବେହାଲ୍ ଥିଲା"।

ଭୁବନେଶ୍ୱର: ଓଡ଼ିଶା ଆସିଲେ ଆଉ ପୂର୍ବ ସରକାରଙ୍କୁ ଟାର୍ଗେଟ୍ କରି ଚାଲିଗଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପୂର୍ବ ସରକାର ଅର୍ଥାତ୍ ବିଜେଡି ସରକାର ଅମଳରେ ରାଜ୍ୟରେ କିପ୍ରକାର ଉନ୍ନତ୍ତି ହୋଇଛି ଆଉ କେତେ ଅବନତି ହୋଇଛି ତାର ସାର୍ଟିଫିକେଟ୍ ଦେଲେ ପ୍ରଧାନମନ୍ତ୍ରୀ ମୋଦି।

ପୂର୍ବ ସରକାରଙ୍କୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ ମୋଦି। ଆଜି ରାଜ୍ୟ ବିଜେପିର ବର୍ଷେ ପୂର୍ତ୍ତି ଅବସରରେ ଭୁବନେଶ୍ୱରରେ ରୋଡ୍ ଶୋ କରିବା ପରେ ଜନତା ମଇଦାନରେ ସମ୍ୱୋଧନ ଦେଇଥିଲେ ପ୍ରଧାନମନ୍ତ୍ରୀ।

ଆଉ ଏହି ସମ୍ୱୋଧନ ଉତ୍ସବରେ ବିଜେପି ସରକାରର କାମ ଓ ଉଦବେଗକୁ ପ୍ରଶଂସା କରିବା ସହ ପୂର୍ବର ବିଜେଡି ସରକାରକୁ ଭର୍ସନା କରି ଫେରିଗଲେ। ମୋଦି ଭାଷଣ ଦେବା ବେଳେ କହିଲେ ଦଶନ୍ଧି ଦଶନ୍ଧି ଧରି ଓଡ଼ିଶା ଅନେକ ସମସ୍ୟାରେ ଯୁଝି ହେଉଥିଲା।

ଗରିବ, କୃଷକ କେହି ତାଙ୍କର ହକ୍ ପାଉନଥିଲେ। ଭ୍ରଷ୍ଟାଚାର ଦ୍ୱାରା ଓଡ଼ିଶାର ଭିତ୍ତିଭୂମି ବେହାଲ୍ ଥିଲା। ଅନେକ କ୍ଷେତ୍ରରେ ଓଡ଼ିଶା ପଛରେ ପଡ଼ିଯାଇଥିଲା। ଏସବୁକୁ ଦୂର କରିବାକୁ ବିଜେପି ସରକାର ମଜବୁତର ସହ କାମ କରିଛି।