ଜନ୍ମଦିନରେ କାନ୍ଦିଲେ ରାଷ୍ଟ୍ରପତି ମୁର୍ମୁ, କାରଣ ଜାଣିଲେ ହେବେ ତାଜୁବ !
ତିନିଦିନିଆ ଉତ୍ତରାଖଣ୍ଡ ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କର 67ତମ ଜନ୍ମଦିନ ଅବସରରେ କିଛି ଦୃଷ୍ଟିହୀନ ପିଲା ଏକ ଗୀତ ଗାଇବା ବେଳେ ଭାବପ୍ରବଣ ହୋଇ କାନ୍ଦି ପକାଇଥିଲେ।
ନୂଆଦିଲ୍ଲୀ: ଗତକାଲି ଥିଲା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମଦିନ । 67ତମ ଜନ୍ମଦିନରେ ଉତ୍ତରାଖଣ୍ଡର ତିନି ଦିନିଆ ଗସ୍ତରେ ଅଛନ୍ତି ମୁର୍ମୁ। ତେବେ ତାଙ୍କର ଏକ ଭାବପ୍ରବଣ ହୋଇ କାନ୍ଦୁଥିବା ଭିଡିଓ ଭାଇରାଲ ହୋଇଛି। ଡେରାଡୁନସ୍ଥିତ ନ୍ୟାସନାଲ ଇନଷ୍ଟିଟ୍ୟୁଟ ଫର ଦି ଏମ୍ପାୱାରମେଣ୍ଟ ଅଫ ପର୍ସନ୍ସ ଉଇଥ ଭିଜୁଆଲ ଡିଜାବିଲିଟିଜ (NIEPVD)ର ଛାତ୍ରୀଛାତ୍ରମାନେ ତାଙ୍କ ଜନ୍ମଦିନ ଉପଲକ୍ଷେ ଏକ ସୁନ୍ଦର ଗୀତ ଗାଇ ଶୁଭେଚ୍ଛା ଜଣାଇଥିଲେ। ଏହି ଗୀତ ଶୁଣି ରାଷ୍ଟ୍ରପତି ଏତେ ଆବେଗପ୍ରବଣ ହୋଇଥିଲେ ଯେ ସେ ଷ୍ଟେଜରେ ହିଁ କାନ୍ଦିବାକୁ ଲାଗିଲେ ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର, ଡେରାଡୁନରେ ଥିବା ନ୍ୟାସନାଲ ଇନଷ୍ଟିଟ୍ୟୁଟ ଫର ଦି ଏମ୍ପାୱାରମେଣ୍ଟ ଅଫ ପର୍ସନ୍ସ ଉଇଥ ଭିଜୁଆଲ ଡିଜାବିଲିଟିଜ (NIEPVD) ପରିଦର୍ଶନ କରିଥିଲେ। ଏହି ସମୟରେ, ସେଠାରେ ଉପସ୍ଥିତ ଦୃଷ୍ଟିହୀନ ପିଲାମାନେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ 67ତମ ଜନ୍ମଦିନ ଅବସରରେ ଏକ ଗୀତ ଗାଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ। ପିଲାମାନଙ୍କ ଭାବପ୍ରବଣ ଗୀତ ଶୁଣି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜକୁ ନିୟନ୍ତ୍ରଣ କରିପାରିଲେ ନାହିଁ ଏବଂ ତାଙ୍କ ଆଖିରୁ ଲୁହ ବହିବାକୁ ଲାଗିଲା। ଏହି ସମୟରେ ରାଷ୍ଟ୍ରପତି ମୁର୍ମୁ ପିଲାମାନଙ୍କୁ ମଧ୍ୟ ସମ୍ବୋଧିତ କରିଥିଲେ। ରାଷ୍ଟ୍ରପତି କହିଥିଲେ ଯେ “ମୁଁ ମୋର ଲୁହ ଅଟକାଇ ପାରିଲି ନାହିଁ। ସେମାନେ ମୋ ଜନ୍ମଦିନରେ ବିଶେଷ ବାର୍ତ୍ତା ଦେଇଥିଲେ। ଏହା ଲାଗୁଛି ଯେମିତି ସେମାନେ ସ୍ବରରେ ନୁହେଁ, ହୃଦୟରୁ ଗାଉଛନ୍ତି।”।
ଦ୍ରୌପଦୀ ମୁର୍ମୁ କ’ଣ କହିଥିଲେ
ରାଷ୍ଟ୍ରପତି ମୁର୍ମୁ ତାଙ୍କ ଅଭିଭାଷଣରେ କହିଥିଲେ ଯେ “ଦିବ୍ୟାଙ୍ଗ ପିଲାମାନଙ୍କ ପାଖରେ ନିଶ୍ଚିତ ଭାବରେ କିଛି ବିଶେଷ ପ୍ରତିଭା ଅଛି”। ସେ ଆହୁରି କହିଥିଲେ ଯେ, ଦିବ୍ୟାଙ୍ଗମାନଙ୍କୁ ସଶକ୍ତ କରିବା ପାଇଁ ସରକାରଙ୍କ ଦ୍ୱାରା ଏକ ଯୋଜନା କରାଯାଇଛି, ଯାହା ସେମାନଙ୍କୁ ସମାନ ସୁଯୋଗ ଦେବା ଏବଂ ସଶକ୍ତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ସେ ପ୍ରତିଷ୍ଠାନ ସହିତ ଜଡିତ ସମସ୍ତ ଲୋକଙ୍କୁ ପ୍ରଶଂସା କରିଥିଲେ।