ଆମେରିକାର ଆକ୍ରମଣ ପରେ ବଢ଼ିଲା ଇରାନ-ଇସ୍ରାଏଲ ଯୁଦ୍ଧ, ଇସ୍ରାଏଲରେ ଉଡ଼ିବନି କୌଣସି ବିମାନ
ଜୁନ୍ ୨୭ ତାରିଖ ପର୍ଯ୍ୟନ୍ତ ଇସ୍ରାଏଲର ସମସ୍ତ ବିମାନ ଉଡ଼ାଣ ବାତିଲ।
ନୂଆଦିଲ୍ଲୀ: ଇରାନ-ଇସ୍ରାଏଲ ଯୁଦ୍ଧ ଭିତରେ ଇରାନ ଉପରେ ଆକ୍ରମଣ କଲା ଆମେରିକା। ଆଉ ଆମେରିକାର ଆକ୍ରମଣ ପରେ ଚିହିଁକି ଉଠିଲା ଇରାନ। ଅଧିକ କଲା ଆକ୍ରମଣ।
ଇରାନ ଉପରେ ଆମେରିକାର ଆକ୍ରମଣ ପରେ ଇରାନ ସୁଧୁରିବ କ’ଣ ଇସ୍ରାଏଲ ଉପରେ ଅଧିକ ଆକ୍ରମଣ କଲା। ଯାହା ଫଳରେ ଇସ୍ରାଏଲର ଜୁନ ୨୭ ତାରିଖ ପର୍ଯ୍ୟନ୍ତ ସମସ୍ତ ବିମାନ ଉଡ଼ାଣକୁ ବାତିଲ କଲେ ସରକାର।
ସୁରକ୍ଷାକୁ ଦୃଷ୍ଟିରେ ରଖି ଇସ୍ରାଏଲ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ସବୁ ବିମାନ ବନ୍ଦରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଜୁନ୍ ୨୭ ତାରିଖ ପର୍ଯ୍ୟନ୍ତ ଇସ୍ରାଏଲରେ ସମସ୍ତ ବିମାନ ସେବାକୁ ବନ୍ଦ କରାଯାଇଛି.
କୁହାଯାଉଛି ଯଦି ସ୍ଥିତିରେ କିଛି ପରିବର୍ତ୍ତନ ନ ଆସେ ତାହାଲେ ଏହି ସମୟ ସୀମା ବୃଦ୍ଧି ପାଇପାରେ। ତେବେ ଏବେ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ତୀବ୍ରତର ହେଉଛି। ଇସ୍ରାଏଲ ଉପରେ ଘନଘନ ଆକ୍ରମଣ କରୁଛି ଇରାନ। ଇସ୍ରାଏଲର ଅନେକ ସହରକୁ ଟାର୍ଗେଟ୍ କଲା ଇରାନ।
ଇସ୍ରାଏଲ ଉପରେ ଘନଘନ ମିସାଇଲ ମାଡ଼ କରୁଛି ଇରାନ। ଉତ୍ତର ଓ ମଧ୍ୟ ଇସ୍ରାଏଲରେ ଆଉ ୧୦ଟି ମିସାଇଲ ମାଡ଼ କରିଛି ଇରାନ। ବିଭିନ୍ନ ସ୍ଥାନରେ ବଡ଼ ବିସ୍ଫୋରଣ ହୋଇଛି। ପୂର୍ବରୁ ଇସ୍ରାଏଲ ଉପରେ ୨୫ ଟି ମିସାଇଲ ମାଡ଼ କରିଥିଲା ଇରାନ।