BREAKING: ପୁଣି ଆଜି ଅଧାରେ ଅଟକିଲା ହୀରାଖଣ୍ଡ ଏକ୍ସପ୍ରେସ, ବଗିରୁ ଅଲଗା ହୋଇଗଲା ବଗି
ଜଗଦଲପୁର-ଭୁବନେଶ୍ବର ହୀରାଖଣ୍ଡ ଏକ୍ସପ୍ରେସ୍ ଅଧାରେ ଅଟକିଲା ।
ଭୁବନେଶ୍ବର: ପୁଣି ହନ୍ତସନ୍ତ ହେଲେ ହୀରାଖଣ୍ଡ ଏକ୍ସପ୍ରେସର ଯାତ୍ରୀ । ଜଗଦଲପୁର-ଭୁବନେଶ୍ବର ହୀରାଖଣ୍ଡ ଏକ୍ସପ୍ରେସ୍ ଅଧାରେ ଅଟକିଥିବା ଜଣାପଡିଛି ।
ଖବର ଅନୁସାରେ, ଜଗଦଲପୁର ଛାଡ଼ିବା ପରେ ଆମଗୁଡ଼ାରେ ଅଟକି ରହିଛି । ବଗିରୁ ବଗି ଅଲଗା ହୋଇଯିବାରୁ ଅଧାରେ ଅଟକି ରହିଛି ।
ତେବେ ଏହି ଘଟଣାରେ ସମସ୍ତ ଯାତ୍ରୀ ସୁରକ୍ଷିତ ରହିଛନ୍ତି । ମରାମତିକୁ ଯାତ୍ରୀମାନେ ଅପେକ୍ଷା ଅପେକ୍ଷା କରି ରହିଥିବା ବେଳେ ମରାମତି ହେଲା ପରେ ପୁଣିଥରେ ଚାଲିବ ଟ୍ରେନ ।
ସନ୍ଧ୍ୟା 5ଟାରେ ଏହି ଘଟଣା ଘଟିଥିଲା । ଖବର ପାଇ ରେଳ ବିଭାଗ କର୍ମଚାରୀ ମରାମତି କାର୍ଯ୍ୟ କରିଥିବା ଜଣାପଡିଛି । ଖବର ଅନୁସାରେ, ବର୍ତ୍ତମାନ ସୁଦ୍ଧା ମଧ୍ୟ ଟ୍ରାକରେ ଟ୍ରେନଟି ଅଟକି ରହିଛି ।