ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ରବିବାର ସୂଚନା ଦେଇଛି ଯେ ଓଡ଼ିଶାରେ ଜୁନ୍ ୨୭ ସକାଳ ୮ଟା ୩୦ ମିନିଟ୍ ପର୍ଯ୍ୟନ୍ତ ବର୍ଷା ସହ ବଜ୍ରପାତ ଓ ଝଡ଼ତୋଫାନ ଜାରି ରହିବ। ଏହି ପାଣିପାଗ ପରିସ୍ଥିତି ପାଇଁ ବିଭାଗ ୟେଲୋ ଓ ଅରେଞ୍ଜ ଆଲର୍ଟ ଜାରି କରିଛି।
ପ୍ରଥମ ଦିନ (୨୩ ଜୁନ୍ ସକାଳ ୮ଟା ୩୦ ମିନିଟ୍ ପର୍ଯ୍ୟନ୍ତ):
ୟେଲୋ ଆଲର୍ଟ: କେନ୍ଦୁଝର, ମୟୂରଭଞ୍ଜରେ ବଜ୍ରପାତ ସହ ଘଣ୍ଟା ପ୍ରତି ୩୦-୪୦ କିଲୋମିଟର ବେଗରେ ଝଡ଼ତୋଫାନ ଓ ପ୍ରବଳ ବର୍ଷା ହେବାର ସମ୍ଭାବନା।
ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେଓଗଡ଼, ଅନୁଗୁଳ, ଢେଙ୍କାନାଳ, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି ଓ ଗଞ୍ଜାମରେ ବଜ୍ରପାତ ସହ ଝଡ଼ତୋଫାନ ହେବାର ଆଶଙ୍କା।
ଦ୍ୱିତୀୟ ଦିନ(୨୩ ଜୁନ୍ ସକାଳ ୮ଟା ୩୦ ମିନିଟ୍ରୁ ୨୪ ଜୁନ୍ ସକାଳ ୮ଟା ୩୦ ମିନିଟ୍):
ୟେଲୋ ଆଲର୍ଟ: ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେଓଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା ଓ କୋରାପୁଟରେ ବଜ୍ରପାତ ସହ ଘଣ୍ଟା ପ୍ରତି ୩୦-୪୦ କିଲୋମିଟର ବେଗରେ ଝଡ଼ତୋଫାନ ହେବାର ସମ୍ଭାବନା।
ତୃତୀୟ ଦିନ (୨୪ ଜୁନ୍ ସକାଳ ୮ଟା ୩୦ ମିନିଟ୍ରୁ ୨୫ ଜୁନ୍ ସକାଳ ୮ଟା ୩୦ ମିନିଟ୍):
ୟେଲୋ ଆଲର୍ଟ: କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱରରେ ବଜ୍ରପାତ ସହ ଝଡ଼ତୋଫାନ ଓ ପ୍ରବଳ ବର୍ଷା ହେବାର ସମ୍ଭାବନା। ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେଓଗଡ଼, ଅନୁଗୁଳ, ଢେଙ୍କାନାଳ, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ବଜ୍ରପାତ ସହ ଝଡ଼ତୋଫାନ ହେବାର ଆଶଙ୍କା।
ଚତୁର୍ଥ ଦିନ(୨୫ ଜୁନ୍ ସକାଳ ୮ଟା ୩୦ ମିନିଟ୍ରୁ ୨୬ ଜୁନ୍ ସକାଳ ୮ଟା ୩୦ ମିନିଟ୍):
କମଳା : କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଗଜପତି ଓ ଗଞ୍ଜାମରେ ବଜ୍ରପାତ ସହ ଘଣ୍ଟା ପ୍ରତି ୩୦-୪୦ କିଲୋମିଟର ବେଗରେ ଝଡ଼ତୋଫାନ ଓ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା।
ୟେଲୋ ଆଲର୍ଟ : ପୁରୀ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, ରାୟଗଡ଼ା, କୋରାପୁଟ, କଳାହାଣ୍ଡି, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ାରେ ବଜ୍ରପାତ ସହ ଝଡ଼ତୋଫାନ ଓ ପ୍ରବଳ ବର୍ଷା ହେବାର ଆଶଙ୍କା। କଟକ, ଜଗତସିଂହପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେଓଗଡ଼, ଅନୁଗୁଳ, ଢେଙ୍କାନାଳ, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, ନବରଙ୍ଗପୁର ଓ ମାଲକାନଗିରିରେ ବଜ୍ରପାତ ସହ ଝଡ଼ତୋଫାନ ହେବାର ସମ୍ଭାବନା।
ପଞ୍ଚମ ଦିନ(୨୬ ଜୁନ୍ ସକାଳ ୮ଟା ୩୦ ମିନିଟ୍ରୁ ୨୭ ଜୁନ୍ ସକାଳ ୮ଟା ୩୦ ମିନିଟ୍):
କମଳା ଚେତାବନୀ: କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଅନୁଗୁଳ, ଢେଙ୍କାନାଳ ଓ ଯାଜପୁରରେ ବଜ୍ରପାତ ସହ ଝଡ଼ତୋଫାନ ଓ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା।
ୟେଲୋ ଆଲର୍ଟ: କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ସୁନ୍ଦରଗଡ଼ ଓ ଦେଓଗଡ଼ରେ ବଜ୍ରପାତ ସହ ଝଡ଼ତୋଫାନ ଓ ପ୍ରବଳ ବର୍ଷା ହେବାର ଆଶଙ୍କା। ଗଞ୍ଜାମ, ଗଜପତି, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ବଜ୍ରପାତ ସହ ଝଡ଼ତୋଫାନ ହେବାର ସମ୍ଭାବନା।
ମତ୍ସ୍ୟଜୀବୀଙ୍କ ପାଇଁ ଚେତାବନୀ: ୨୪ ଓ ୨୫ ଜୁନ୍ ୨୦୨୫ରେ ଓଡ଼ିଶା ଉପକୂଳରେ ଘଣ୍ଟା ପ୍ରତି ୩୫-୪୫ କିଲୋମିଟର ବେଗରେ ଝଡ଼ତୋଫାନ (ସର୍ବାଧିକ ୫୫ କିଲୋମିଟର) ହେବାର ସମ୍ଭାବନା ରହିଛି। ସମୁଦ୍ର ଅଶାନ୍ତ ଓ ଅତି ଅଶାନ୍ତ ରହିବ। ମତ୍ସ୍ୟଜୀବୀମାନଙ୍କୁ ଏହି ସମୟରେ ଓଡ଼ିଶା ଉପକୂଳରେ ସମୁଦ୍ରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି।
ଏହି ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କୁ ସତର୍କ ରହିବାକୁ ଓ ସ୍ଥାନୀୟ ପ୍ରଶାସନର ନିର୍ଦ୍ଦେଶ ମାନିବାକୁ ଅନୁରୋଧ କରାଯାଇଛି।