ଆଜି ଆସିକା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଗଞ୍ଜାମ: ଆଜି ଆସିକା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେଠାକୁ ଯାଇ ବର୍ଷ ପୂର୍ତ୍ତି ଓ ଯୁବ ସମାବେଶ କାର୍ଯ୍ୟକ୍ରମରେ ସାମିଲ ହେବା ସହ ଯୁବ ସମାବେଶରେ ଜନସାଧାରଣଙ୍କୁ ଉଦବୋଧନ ଦେବେ।

ବିଜେପି ସରକାରକୁ ବର୍ଷେ ପୂରିଯାଇଥିବାବେଳେ ରାଜ୍ୟ ଅନେକ ସଫଳତା ହାସଲ କରିଛି। ସେଥିପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଆସିକା ଯାଉଛନ୍ତି। ସେଠାକୁ ଯାଇ ଲୋକଙ୍କ ଭଲମନ୍ଦ ବୁଝିବା ସହିତ ଜନସାଧାରଣଙ୍କୁ ଉଦବୋଧନ ଦେବେ।