କଲାମଙ୍କ ସହ ‘ତେରେ ନାମ’ ଫିଲ୍ମର କନେକ୍ସନ, ଜାଣନ୍ତୁ କିପରି

ସଲମାନ ଖାନଙ୍କର ହେୟାର ଷ୍ଟାଇଲକୁ ନେଇ ସେ ଏବେ ବହୁତ ଚର୍ଚ୍ଚାରେ

ମୁମ୍ବାଇ: ଆଜି ବି ଲୋକେ ସଲମାନ ଖାନଙ୍କୁ ୨୧ ବର୍ଷ ତଳେ ହୋଇଥିବା ତେରେ ନାମ ଫିଲ୍ମର ହେୟାର ଷ୍ଟାଇଲ ପାଇଁ ମନେ ରଖିଛନ୍ତି।

କଲାମଙ୍କ ଦ୍ୱାରା ଅନୁପ୍ରାଣିତ: ଏହାକୁ ନେଇ ୫୯ ବର୍ଷୀୟ ସୁପରଷ୍ଟାର ସଲମାନ ଖାନ ‘ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ ଶର୍ମା ଶୋ ସିଜନ୍ ୩’ର ପ୍ରଥମ ଏପିସୋଡ୍‌ରେ କହିଥିଲେ ଯେ, ‘ତେରେ ନାମ’ର ଏହି ଆଇକନିକ୍ ହେୟାରଷ୍ଟାଇଲ୍ ଆଉ କେହି ନୁହେଁ ବରଂ ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏପିଜେ ଅବଦୁଲ୍ କଲାମଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ କରାଯାଇଥିଲା।

ଆଶିକିରେ ମଧ୍ୟ ସମାନ ହେୟାର ଷ୍ଟାଇଲ: ସେ ଆହୁରି ମଧ୍ୟ କହିଥିଲେ ଯେ, କେବଳ ‘ତେରେ ନାମ’ କାହିଁକି ‘ଆଶିକି’ ଫିଲ୍ମରେ ଅଭିନେତା ରାହୁଲ ରୟଙ୍କର ମଧ୍ୟ ସମାନ ହେୟାର ଷ୍ଟାଇଲ ଥିଲା। ମୁଁ ଭାବୁଥିଲେ ଯେ କେବଳ ଛୋଟ ସହରର ହିରୋ ମାନଙ୍କର ଲମ୍ବା ଚୁଟି ଥାଏ କିନ୍ତୁ ପରେ ମୋର ଧାରଣା ହେଲା ଯେ ପୁରୁଣା ଯୁଗର ଅଧିକାଂଶ ହିରୋଙ୍କର ମଧ୍ୟ ଲମ୍ବା କେଶ ଥିଲା।

ତାମିଲ ଫିଲ୍ମ ସେତୁର ରିମେକ: ସ୍ୱର୍ଗତ ସତୀଶ କୌଶିକଙ୍କ ନିର୍ଦ୍ଦେଶିତ, ତେରେ ନାମ (୨୦୦୩) ରେ ସଲମାନଙ୍କ ସହ ଭୂମିକା ଚାୱଲା ଅଭିନୟ କରିଥିଲେ ଏବଂ ଏହା ତାମିଲ ହିଟ୍ ଫିଲ୍ମ “ସେତୁ” ର ରିମେକ୍ ଥିଲା। ସଲମାନଙ୍କ ଦମଦାର ଅଭିନୟ ଏବଂ ବର୍ତ୍ତମାନ ତାଙ୍କର କଲାମ-ପ୍ରେରିତ ଲୁକ୍ ପାଇଁ ସେ ଏବେ ଆଲୋଚନାର ବିଷୟବସ୍ତୁ ହୋଇପାରିଛନ୍ତି।