ରାଜ୍ୟପାଳଙ୍କ ଉଦ୍ବେଗ, କହିଲେ ୯୫ ପ୍ରତିଶତ ଲୋକେ ବିଭିନ୍ନ ସରକାରୀ ସ୍କିମ୍ ସୁବିଧା ଜାଣି ନାହାନ୍ତି
ରାଜ୍ୟରେ ୫ ପ୍ରତିଶତ ଲୋକେ ବିଭିନ୍ନ ସାମାଜିକ ସ୍କିମ୍ ନେଇ ଅବଗତ ଅଛନ୍ତି କହିଲେ ରାଜ୍ୟପାଳ ।
ଭୁବନେଶ୍ବର: ସାମାଜିକ ସୁରକ୍ଷା ସଚେତନତା ଅଭାବ ନେଇ ଆଜି ରାଜ୍ୟପାଳ ଉଦବେଗ ପ୍ରକାଶ କରିଛନ୍ତି । କେନ୍ଦ୍ରୀୟ ଜନ ହିତକର ଯୋଜନା ବିଷୟରେ ସରକାରୀ ଅଧିକାରୀ ମଧ୍ୟ ଅଜ୍ଞ ବୋଲି କହିଛନ୍ତି ରାଜ୍ୟପାଳ ।
ସରକାରୀ ଯୋଜନାରେ ଅଜ୍ଞ ସରକାରୀ ଅଧିକାରୀ- ରାଜଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଉଦ୍ବେଗ ପ୍ରକାଶ କରି ରାଜ୍ୟପାଳ କହିଛନ୍ତି, ୫ ପ୍ରତିଶତ ଲୋକେ ବିଭିନ୍ନ ସାମାଜିକ ସ୍କିମ୍ ନେଇ ଅବଗତ ଅଛନ୍ତି । ରାଜ୍ୟର ୯୫ ପ୍ରତିଶତ ଲୋକେ ବିଭିନ୍ନ ସରକାରୀ ସ୍କିମ୍ ସୁବିଧା ଜାଣି ନାହାନ୍ତି ବୋଲି କହିଛନ୍ତି ।
ରାଜ୍ୟପାଳଙ୍କ ଉଦବେଗ- ଜିଲ୍ଲା ଗୁଡିକର ସମୀକ୍ଷା ବୈଠକରେ କିଛି ଯୋଜନା ବିଷୟରେ କେତେ ଜଣ ଜାଣିଛନ୍ତି ବୋଲି ପଚାରିଥିଲି ହେଲେ ଜଣେ କିମ୍ବା ଦୁଇ ଜଣ ଵି ଜାଣି ନଥିଲେ । ଏଭଳି କହି ଉଦବେଗ ପ୍ରକାଶ କରିଛନ୍ତି ରାଜ୍ୟପାଳ ହରି ବାବୁ କମ୍ଭମ ପତି ।
ରାଜ୍ୟପାଳଙ୍କ କହିବା ଅନୁସାରେ, ଓଡିଶାର ଅଧିକାଂଶ ଲୋକ ମଧ୍ୟ ପ୍ରଧାନମନ୍ତ୍ରୀ ଜୀବନ ସୁରକ୍ଷା ବୀମା ଯୋଜନା, ଜୀବନ ଜ୍ୟୋତି ବୀମା ଯୋଜନା, ଅଟଳ ପେନସନ ଯୋଜନା ଓ ସୁକନ୍ୟା ସମୃଦ୍ଧି ଯୋଜନା ବିଷୟରେ ଜାଣି ନାହାନ୍ତି । ଯେଉଁମାନେ ଵି ଯୋଜନା ବିଷୟରେ ଜାଣିବା ସହ ଯୋଜନାରେ କେମିତି ଯୋଡି ହେବେ ଜାଣିଛନ୍ତି ସେମାନେ ନିଜକୁ ସାମିଲ କରୁ ନାହାନ୍ତି ।
କେନ୍ଦ୍ର ସରକାର ଲାଗୁ କରିଥିବା ଏହି ସବୁ ଯୋଜନାର ବୀମା ରାଶି ଖୁବ କମ ହୋଇଥିବା ବେଳେ ଲୋକେ ସଚେତନ ହୋଇ ଏଥିରେ ସାମିଲ ହେବା ଅବଶ୍ୟକ ବୋଲି ରାଜ୍ୟପାଳ କହିଛନ୍ତି ।