ସୋର: ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ସମୟରେ ଓଲଟି ପଡିଲା ଅଟୋ। ଏଭଳି ଘଟଣା ଦେଖିବାକୁ ମିଳିଛି ସୋର ଅଞ୍ଚଳର ପଦୁନା ଛକ ନିକଟରେ।
ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ସମୟରେ ନିଜର ଭାରସାମ୍ୟ ହରାଇ ପଦୁନା ଛକ ନିକଟରେ ଅଟୋଟି ଓଲଟି ପଡିଲା। ସେହି ଅଟୋରେ 3ଜଣ ଛାତ୍ରୀ ଓ ଜଣେ ଛାତ୍ର ଥିବାବେଳେ 4ଜଣ ଯାକ ଆହତ ହୋଇଛନ୍ତି।
ସେମାନଙ୍କୁ ଖଇରା ମେଡ଼ିକାଲରେ ଭର୍ତ୍ତି କରାଯାଇ ସେମାନଙ୍କର ଚିକିତ୍ସା କରାଯାଉଛି।