ସାପ କାମୁଡ଼ିଲେ ତୁରନ୍ତ ଖାଆନ୍ତୁ ଏହି ଜିନିଷ, ବଞ୍ଚିଯିବ ଜୀବନ…
ଏକ ବିଷାକ୍ତ ସାପ କାମୁଡ଼ିଲେ, ସେଥିରୁ ବଞ୍ଚିବାର ଚାବି ଆପଣଙ୍କ ଘରେ ହିଁ ରହିଛି, ଯାହା ଶରୀରରେ ବିଷ ବ୍ୟାପିବାକୁ ବନ୍ଦ କରିଥାଏ । ଆସନ୍ତୁ ଜାଣିବା ଏହା କ’ଣ?
ଓଡ଼ିଶା ଭାସ୍କର: ସାଧାରଣତଃ ଲୋକ ସାପ ଦେଖିଲେ ଡରି ଯାଆନ୍ତି କିମ୍ବା ସେଠୁ ଡରିକି ପଳାନ୍ତି। ଯଦିଓ ସେମାନଙ୍କୁ ଜଣା ନଥାଏ କି ସାପ କାମୁଡ଼ିଲେ ତୁରନ୍ତ କଣ କରିବା ଦରକାର । ଆଜି ଆମେ ଆପଣଙ୍କୁ ଏହି ବିଷୟରେ କିଛି ଜଣାଇବୁ, ଯଦ୍ବାରା ଆପଣଙ୍କ ଜୀବନ ବଞ୍ଚିଯାଇପାରେ । ଆସନ୍ତୁ ଜାଣିବା ଏହା କ’ଣ?
ଧରା ପୃଷ୍ଠରେ ବିଭିନ୍ନ ପ୍ରକାରର ସାପ ରୁହନ୍ତି । ସେମାନଙ୍କ ମଧ୍ୟରୁ କେବଳ 20 ପ୍ରତିଶତ ବିଷାକ୍ତ ସାପ । ଏହି ସାପ କାମୁଡିଲେ ମଣିଶର ବଞ୍ଚିନଥାଏ । ତେବେ ଏହି ବିଷାକ୍ତ ସାପ କାମୁଡିଲେ ଆମକୁ ତୁରନ୍ତ କଣ କରିବା ଦରକାର ଏବଂ କଣ ନୁହେଁ । କାରଣ ଅଧିକାଂଶ ସମୟରେ ଆମକୁ ହସ୍ପିଟାଲ ପହଞ୍ଚିବାରେ ବିଳମ୍ବ ହୋଇଯାଇଥାଏ । ତେବେ ଆସନ୍ତୁ ଜାଣିବା ସାପ କାମୁଡ଼ିଲେ ହଠାତ୍ କ’ଣ କରିବେ ?
– ସାପ କାମୁଡ଼ିବା ପରେ ତୁରନ୍ତ କେହି ମୃତ୍ୟୁବରଣ କରନ୍ତି ନାହିଁ। ଯେତେବେଳେ ଏହାର ବିଷ ଶରୀରରେ ବ୍ୟାପିଯାଏ ସେତେବେଳେ ବିପଦର ସମ୍ମୁଖୀନ ହୁଏ । ସାଧାରଣତଃ ସାପ କାମୁଡ଼ିବା ପରେ ଲେକମାନେ ବହୁତ ଭୟଭୀତ ହୋଇଯାଆନ୍ତି । ଏହାଦ୍ୱାରା ହୃଦସ୍ପନ୍ଦନ ବୃଦ୍ଧି ପାଇଥାଏ । ଫଳରେ ବିଷ ଶରୀରରେ ଖେଳେଇଯାଏ । ତେଣୁ ସାପ କାମୁଡିବା ପରେ ଶାନ୍ତ ରହିବା ନିହାତି ଜରୁରୀ ।
-ଯଦି ସାପ କାମୁଡିବା ସମୟରେ ଏକା ଅଛନ୍ତି, ତେବେ ତୁରନ୍ତ ଆମ୍ବୁଲାନ୍ସକୁ କଲ କରନ୍ତୁ । ନଚେତ ଆଖପାଖ ଲୋକଙ୍କଠାରୁ ସାହାଯ୍ୟ ନେଇ ତୁରନ୍ତ ହସ୍ପିଟାଲରେ ପହଞ୍ଚି ଯାଆନ୍ତୁ । ଯଦି ଡାକ୍ତରଙ୍କୁ କାମୁଡିଥିବା ସାପର ଲମ୍ବ, ରଙ୍ଗ, ଗର୍ଦନର ରେଖା ଆଦି ବିଷୟରେ ଜଣାଇ ଦିଆଯାଏ, ତେବେ ଏହାର ଚିକିତ୍ସା କରିବା ବହୁତ ସହଜ ହୋଇଯାଏ ।
-ବିଷ ଶରୀରକୁ ବିସ୍ତାର ନହେବା ପାଇଁ ଅନେକ ଲୋକ ସାପ କାମୁଡ଼ିବା ଯାଗା ଉପରେ ଏକ ଦଉଡି ବାନ୍ଧନ୍ତି । ଏହା ବିଷ ଶରୀରରେ ବ୍ୟାପିବାରୁ ରୋକିପାରେ ବୋଲି ବିଶ୍ବାସ ରହିଛି। କିନ୍ତୁ ଏହା କରିବା ବିପଜ୍ଜନକ ଅଟେ। କାରଣ ରକ୍ତ ସଞ୍ଚାଳନର ଅଭାବ ଆପଣଙ୍କ ଅଙ୍ଗକୁ କ୍ଷତି ପହଞ୍ଚାଇପାରେ ।
-ଆୟୁର୍ବେଦିକ ବିଶେଷଜ୍ଞଙ୍କ ଅନୁଯାୟୀ, ସାପ କାମୁଡ଼ିବା ପରେ ତୁରନ୍ତ ଘିଅ ଖାଇବାକୁ ଦିଆଯିବା ଉଚିତ ଏବଂ ବିଷ ଭିତରକୁ ବିସ୍ତାର ନହେବା ପାଇଁ ବାନ୍ତି କରିବା ଉଚିତ୍। ଏହା ବ୍ୟତୀତ କୁହାଯାଏ ଯେ ସାପ କାମୁଡ଼ିଥିବା ବ୍ୟକ୍ତିଙ୍କୁ ବାନ୍ତି ସୃଷ୍ଟି କରିବା ପାଇଁ ୧୦ ରୁ ୧୫ ଥର ଗରମ ଖାଦ୍ୟ ଦିଆଯିବା ଉଚିତ୍।
-ଏହା ବ୍ୟତୀତ, ସାପର ବିଷ ଜାଣିବା ପାଇଁ ଲୋକଙ୍କୁ ଲଙ୍କା ଖାଇବାକୁ ଦିଆଯାଏ। ଯଦି ସାପ ବିଷାକ୍ତ, ତେବେ ବ୍ୟକ୍ତିକୁ ଲଙ୍କାର ରାଗ ଜଣା ପଡ଼ିବ ନାହିଁ। ଯଦି କାହାକୁ ଲଙ୍କା ରାଗ ଲାଗେ, ତେବେ ଜାଣିବେ ଯେ, ସାପଟି ଏତେ ବିଷାକ୍ତ ନୁହେଁ ।