ପ୍ରବଳ ବର୍ଷା ଯୋଗୁଁ କଟକ ସିଡିଏରେ ଧସିଲା ରାସ୍ତା, ଯାତାୟାତ ବାଧାପ୍ରାପ୍ତ
କଟକ ସିଡିଏରେ ଧସିଲା ରାସ୍ତା ।ପ୍ରବଳ ବର୍ଷା ଯୋଗୁଁ ରାସ୍ତା ଧସିଥିବା ଆଶଙ୍କା କରାଯାଉଛି ।
କଟକ: ସିଡିଏରେ ଧସିଲା ରାସ୍ତା । ସିଡିଏ ସେକ୍ଟର 10 ଅଞ୍ଚଳରେ ଧସିଲା ରାସ୍ତା । ପ୍ରବଳ ବର୍ଷା ଯୋଗୁଁ ପ୍ରାୟ 20 ଫୁଟ ରାସ୍ତା ଦବିଲା । ନିମ୍ନମାନର କାମକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ସେପଟେ ରାସ୍ତା ଧସିବା ଯୋଗୁଁ ଲୋକଙ୍କ ଯାତାୟାତ ବାଧାପ୍ରାପ୍ତ ହେଉଥିବା ଜଣାପଡ଼ିଛି ।
କଟକ ସହରରେ ଏବେ ବିଭିନ୍ନ ସ୍ଥାନରେ ହଠାତ ରାସ୍ତା ଧସିଯିବା ଯୋଗୁଁ ସହରବାସୀ ଆତଙ୍କିତ ହୋଇ ପଡ଼ିଲେଣି । ସୌଭାଗ୍ୟବଶତଃ ଏଥିରେ କେହି ମୃତାହତ ହୋଇ ନଥିଲେ ମଧ୍ୟ ଆଗାମୀ ଦିନରେ ବଡ଼ ବିପଦ ଘଟିକା ଆଶଙ୍କାକୁ ଏଡାଇ ଦିଆଯାଇ ନପାରେ ।