କ୍ୟାପିଟାଲ ମେଡ଼ିକାଲ କଲେଜରେ ଖୋଲିବ ୟୁଜି, ସ୍ବସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସୂଚନା
ଖୁବ୍ ଶିଘ୍ର ହେବ କ୍ୟାପିଟାଲ ମେଡିକାଲ କଲେଜ ବିଲ୍ଡିଂ କାର୍ଯ୍ୟ । ଜୁଲାଇ 31 ସୁଦ୍ଧା ସରିବ କହିଲେ ସ୍ବାସ୍ଥ୍ୟମନ୍ତ୍ରୀ । ସମୀକ୍ଷା ପରେ ସ୍ବସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସୂଚନା ।
ଭୁବନେଶ୍ବର: ଖୁବ୍ ଶିଘ୍ର ହେବ କ୍ୟାପିଟାଲ ମେଡିକାଲ କଲେଜ ବିଲ୍ଡିଂ କାର୍ଯ୍ୟ । ଜୁଲାଇ 31 ସୁଦ୍ଧା ସରିବ କହିଲେ ସ୍ବାସ୍ଥ୍ୟମନ୍ତ୍ରୀ । ସମୀକ୍ଷା ପରେ ସ୍ବସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସୂଚନା । “କ୍ୟାପିଟାଲ ମେଡିକାଲ କଲେଜରେ ଖୋଲିବ ୟୁଜି । ମୁଖ୍ୟମନ୍ତ୍ରୀଙ୍କୁ ଏନେଇ ପ୍ରସ୍ତାବ ଦେଇଛି ସ୍ବାସ୍ଥ୍ୟ ବିଭାଗ” ବୋଲି ସ୍ବସ୍ଥ୍ୟମନ୍ତ୍ରୀ କହିଛନ୍ତି ।
ତେବେ ଚଳିତ ଆର୍ଥିକ ବର୍ଷରେ ରାଜ୍ୟରେ 9ଟି ସରକାରୀ ମେଡିକାଲ୍ କଲେଜ ଖୋଲିବା ଯୋଜନା ରହିଛି ବୋଲି ସିଆଇଆଇ ପକ୍ଷରୁ ଆୟୋଜିତ ଓଡ଼ିଶା ସ୍ବାସ୍ଥ୍ୟସେବା ସମ୍ମିଳନୀ 2025ରେ ଯୋଗଦେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଛନ୍ତି।
ସବୁ ଜିଲ୍ଲା ମୁଖ୍ୟାଳୟରେ ସରକାରୀ ମେଡିକାଲ୍ ଖୋଲିବାକୁ ସରକାରଙ୍କ ଲକ୍ଷ୍ୟ ରଖିଛନ୍ତି। ଚଳିତ ଆର୍ଥିକ ବର୍ଷରେ ଜଗତସିଂହପୁର, ଭଦ୍ରକ, ଢେଙ୍କାନାଳ ଓ ନବରଙ୍ଗପୁରରେ ନୂଆ ସରକାରୀ ମେଡିକାଲ କଲେଜ ଖୋଲାଯିବ।
ମୟୂରଭଞ୍ଜରେ ଗୋଟିଏ ଆୟୁର୍ବେଦିକ କଲେଜ ଖୋଲିବ। ଏଥି ସହିତ ବୁର୍ଲା, ବ୍ରହ୍ମପୁର, କେନ୍ଦୁଝର ଓ ବଲାଙ୍ଗୀରରେ ଚାରୋଟି ନୂଆ ଡେଣ୍ଟାଲ୍ କଲେଜ ଖୋଲାଯିବ। ସବୁ ନୂଆ ମେଡିକାଲ୍ ସହ ଗୋଟିଏ ଲେଖାଏଁ ଭାବେ 9ଟି ନୂଆ ନର୍ସିଂ କଲେଜ ମଧ୍ୟ ଖୋଲାଯିବ ବୋଲି ସେ କହିଛନ୍ତି।