କୋଲକାତା: କୋଲକାତା ଆଇନ କଲେଜର ୨୪ ବର୍ଷୀୟ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା। ଆଉ ଜଣଙ୍କୁ ଗରିଫ କଲା ପୋଲିସ। ଏହାକୁ ମିସାଇ ସମୁଦାୟ ୪ ଜଣଙ୍କୁ ଗରିଫ କରିସାରିଲାଣି ପୋଲିସ।
କୋଲକାତାର ଲ କଲେଜର ଜଣେ ପୂର୍ବତନ ଛାତ୍ର ଏବଂ ଦୁଇ ଜଣ ବରିଷ୍ଠ ଛାତ୍ର ଜଣେ ୨୪ ବର୍ଷୀୟ ଆଇନ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।
ଏହାର ମେଡିକାଲ ରିପୋର୍ଟରୁ ମଧ୍ୟ ଖୁଲାସା ହୋଇଛି କି କିପରି ଅତି ଦୟନୀୟ ଭାବରେ ପିଡୀତାଙ୍କୁ ଦୁଷ୍କର୍ମ କରାଯାଇଛି। ଯଦିିଓ ଏହି ଘଟଣାରେ ଜଣେ ମୁଖ୍ୟ ଅଭିଯୁକ୍ତ ରହିଛି।
ଯିଏକି ଯୁବତୀଙ୍କୁ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲେ। ଆଉ ବିବାହ ପ୍ରସ୍ତାବକୁ ମନା କରିବାରୁ ରାଗରେ ତାଙ୍କୁ ଝୁଣି ଖାଇଯାଇଥିଲା ରାକ୍ଷସ। ଏହାପରେ ପୀଡିତାଙ୍କ ଅଭିଯୋଗ ଆଧାରରେ ପୋଲିସ ମୁଖ୍ୟ ଅଭିଯୁକ୍ତ ଏବଂ ତାଙ୍କୁ ଏହି କାର୍ଯ୍ୟରେ ସାହାର୍ଯ୍ୟ କରିଥିବା ଆଉ ଦୁଇ ଜଣଙ୍କୁ ମଧ୍ୟ ପୂର୍ବରୁ ଗିରଫ କରିସାରିଥିଲା।
ଆଉ ଏବେ ସେହି ଲ କଲେଜର ଜଣେ ୫୫ ବର୍ଷୀୟ ସିକ୍ୟୁରିଟି ଗାର୍ଡକୁ ଗିରଫ କରିଛି ପୋଲିସ। ଏହାକୁ ଲଗେଇ ମୋଟ ୪ ଜଣ ଗଣଦୁଷ୍କର୍ମ ମାମଲାରେ ଗିରଫ ହେଲେଣି।