ହାରିବା ପରେ ଅଧିନାୟକ ଦେଲେ ଇସ୍ତଫା, ଟିମକୁ ଲାଗିଲା ବଡ଼ ଝଟକା

ଶ୍ରୀଲଙ୍କାରୁ ମିଳିଥିବା ପରାଜୟ ପରେ ନଜମୁଲ ହୁସେନ ଶାନ୍ତୋ ଅଧିନାୟକତ୍ୱ ଛାଡ଼ିବାର ନିଷ୍ପତ୍ତି ନେଇଛନ୍ତି।

ନୂଆଦିଲ୍ଲୀ: ଶ୍ରୀଲଙ୍କା ଏବଂ ବାଂଲାଦେଶ ମଧ୍ୟରେ ୨ ଟେଷ୍ଟ ମ୍ୟାଚର ସିରିଜ ଖେଳାଯାଇଥିଲା। ପ୍ରଥମ ମ୍ୟାଚ ଡ୍ର ହୋଇଥିଲା। ଦ୍ୱିତୀୟ ମ୍ୟାଚରେ ଶ୍ରୀଲଙ୍କା ୭୮ ରନରେ ଜିତିଥିଲା ଏବଂ ଏଥିସହ ସିରିଜ ମଧ୍ୟ ୧-୦ରୁ ନିଜ ନାମରେ କରିଥିଲା। ହାରିବା ପରେ ବାଂଲାଦେଶର ନଜମୁଲ ହୁସେନ ଶାନ୍ତୋ ଅଧିନାୟକତ୍ୱ ଛାଡ଼ିବାର ନିଷ୍ପତ୍ତି ନେଇଛନ୍ତି।

ଶାନ୍ତୋ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ୨ ଶତକ ମଧ୍ୟ ହାସଲ କରିଥିଲେ। ହେଲେ ଦ୍ୱିତୀୟ ମ୍ୟାଚରେ ସେ ଖରାପ ପ୍ରଦର୍ଶନ କରିଥିଲେ। ବର୍ତ୍ତମାନ ସେ ଜଣେ ଖେଳାଳି ବାବେ ଟେଷ୍ଟ ଫର୍ମାଟରେ ଖେଳିବା ଜାରି ରଖିବେ।

ନଜମୁଲ ହୁସେନ ଶାନ୍ତୋ ମ୍ୟାଚ ପରେ ପ୍ରେସ କନଫରେନ୍ସରେ ନିଜର ବଡ଼ ନିଷ୍ପତ୍ତି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ମୁଁ ଏକ ଘୋଷଣା କରିବାକୁ ଚାହୁଁଛି। ମୁଁ ସମସ୍ତଙ୍କୁ ସ୍ପଷ୍ଟ ସମ୍ବାଦ ଦେବାକୁ ଚାହୁଁଛି ଯେ, ମୋ ନିଷ୍ପତ୍ତି ବ୍ୟକ୍ତିଗତ ନୁହେଁ। ଏହା ସମଗ୍ର ଟିମ ପାଇଁ ଭଲ।

ସେ ମ୍ୟାଚରେ ହାରିବାକୁ ନେଇ କହିଛନ୍ତି ଯେ, ଯେଉଁ ଭଳି ଆମେ ମ୍ୟାଚକୁ ଶେଷ କରିଛୁ, ତାହା ଖୁବ ନିରାଶଜନକ ଥିଲା। ଆମେ ଏହି ଟେଷ୍ଟରେ ଭଲ ଖେଳିପାରିଲୁ ନାହିଁ। ଏଥିପାଇଁ ଆମେ ନିରାଶ। ଯେଉଁଭଳି ଆମେ ପ୍ରଥମ ଇନିଂସରେ ବ୍ୟାଟିଂ କରିଲୁ, ତାହା ଆଶା ମୁତାବକ ନଥିଲା, ଯେଉଁ କାରଣ ପାଇଁ ଆମେ ମ୍ୟାଚ ହାରିଗଲୁ।