ପୁରୀରେ ଅଘଟଣ, ଦଳାଚକଟାରେ ରଥ ଆଗରେ ଚାଲିଗଲା ୩ ଜଣ ଭକ୍ତଙ୍କ ଜୀବନ, ୫୦ରୁ ଅଧିକ ଆହତ
ରଥରେ ତିନି ଠାକୁରଙ୍କ ଦର୍ଶନ ହେଲା କାଳ।
ପୁରୀ: ଜଗା ଦର୍ଶନ ହେଲା ଶେଶ ଦର୍ଶନ। ସେହି କଳାଠାକୁରର ଦର୍ଶନ ପାଇଁ ଆସିଥିଲେ ଆଉ ତାରି ଦୂଆରେ ତାରି ରଥ ଆଗରେ ଦଳା ଚକଟାରେ ସେମାନଙ୍କର ଜୀବନ ଚାଲିଗଲା।
ହଁ ଆଜି ସକଳା ସକାଳୁ ପୁରୀ ଶରଧା ବାଲିରେ ଏକ ବଡ଼ ଅଘଟଣ ଘଟିଛି। ଗତକାଲି ଶରଧାବାଲିରେ ପହଞ୍ଚି ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ତିନି ଠାକୁର। ଆଉ ଜଗାକୁ ଦେଖିବା ପାଇଁ ଭକ୍ତଙ୍କ ମନରେ ଅନେକ ଉତ୍କଣ୍ଠା।
ଏଥିପାଇଁ ପୁରୀ ଶରଧାବାଲି ଏବେ ଲୋକାରଣ୍ୟ। ଆଜି ଭୋର ପ୍ରାୟ ୪.୨୦ ସମୟ। ଜଗା ଦର୍ଶନ ପାଇଁ ଶଧାବାଲିରେ ଭକ୍ତଙ୍କ ଭିଡ଼ ଜମିଥିଲା। ଫଳରେ ଠେଲାପେଲା ପରିସ୍ଥିତି ସୃଷ୍ଟିହୋଇଥିଲା। ଯେଉଁଥିରେ ୩ ଜଣ ଭକ୍ତଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।
ତେବେ ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା କଥା ଜଗା ଦର୍ଶନ ବେଳେ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ଠେଲାପେଲା ହୋଇଥିଲା। ପହଡ଼ ଖୋଲିବା ପରେ ଦର୍ଶନ ପାଇଁ ଭିଡ଼ ଲାଗିଥିଲା।
ଭିଡ଼ ଭିତରେ ଗୁଣ୍ଡିଚା ମନ୍ଦିରରେ ଲାଗିଥିଲା ଟ୍ରକ। ଯେଉଁ ଟ୍ରକରେ ଚାରମାଳ କାଠ ଆସିଥିଲା। ଠେଲାପେଲା ଭିତରେ କାଠ ଉପରେ ପଡ଼ିଥିଲେ ଭକ୍ତ। କିଛି ଭକ୍ତଙ୍କ ଉପରେ ଚଢ଼ିଯାଇଥିଲେ ଅନ୍ୟ ଭକ୍ତ।
ଫଳରେ ଏକ ବଡ଼ ଅଘଟଣ ଘଟିଗଲା। ଯେଉଁଥିରେ ୩ ଜଣ ଭକ୍ତଙ୍କର ମୃତ୍ୟୁ ହୋଇଥିବା ବେଳେ, ପ୍ରାୟ ୫୦ରୁ ଅଧିକ ଭକ୍ତ ଆହତ ହୋଇଛନ୍ତି।
ସେପଟେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଅଘଟଣର ତଦନ୍ତ ହେବ। ଖବର ସାମ୍ନାକୁ ଆସିବା ପରେ ସରକାରଙ୍କ ତତ୍ପରତା ଦେକିବାକୁ ମିଳିଛି।
ଶରଧାବାଲି ଅଘଟଣର ତଦନ୍ତ ହେବ କହିଲେ ଆଇନ ମନ୍ତ୍ରୀ। ଖୁବଶୀଘ୍ର ନିଆଯିବ କାର୍ଯ୍ୟାନୁଷ୍ଠାନ। ଏନେଇ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ଆଇନ ମନ୍ତ୍ରୀ। ଅଘଟଣ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କଲେ।