ପୁଣି ବନ୍ୟା ଭୟ, ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ

ବିପଦ ସଙ୍କେତ ଡେଇଁଲା ନଦୀର ଜଳସ୍ତର।

ବାଲେଶ୍ୱର: ପୁଣି ଘନେଇଲା ବନ୍ୟା ଆଶଙ୍କା। ଉପରମୁଣ୍ଡରେ ଲଗାଣ ବର୍ଷା ହେବା ଫଳରେ ଫୁଲୁଛି ନଦୀର ଜଳସ୍ତର। ବିଶେଷକରି ବାଲେଶ୍ୱର, ମୟୁରଭଞ୍ଜ ଜିଲ୍ଲାକୁ ବନ୍ୟା ଆଶଙ୍କା ରହିଛି।

ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ ଓ ଜଳକା ନଦୀରେ ବନ୍ୟା ଆଶଙ୍କା ଦେଖାଦେଇଛି। ଏଥିପାଇଁ ସତର୍କ ରହିବାକୁ ୨ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର ସହ ରିଲିଫ୍ କାର୍ଯ୍ୟ ମନିଟରିଂ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେପଟେ ରାଜଘାଟରେ ବିପଦ ସଙ୍କେତ ଡେଇଁଲା ନଦୀର ଜଳସ୍ତର।

କାଳ ୬ଟା ସୁଦ୍ଧା ସୁବର୍ଣ୍ଣରେଖା ୧୧.୩୨ ମିଟର ପ୍ରବାହିତ। ୩ଟି ବ୍ଲକର ୧୯ଟି ପଞ୍ଚାୟତ ପ୍ରଭାବିତ ହେବା ଆଶଙ୍କା ରହିଛି। ଏଥିପାଇଁ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।