ଭୁବନେଶ୍ୱର: ବିଏମସି କାର୍ଯ୍ୟାଳୟରେ ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ମାଡ଼ ମରାଯିବା ଘଟଣାକୁ ନିନ୍ଦା କରିଛନ୍ତି ବରିଷ୍ଠ ବିଜେପି ନେତା ଜଗନ୍ନାଥ ପ୍ରଧାନ ।
ସୂଚନା ମୁତାବକ ଅତିରିକ୍ତ କମିଶନରଙ୍କୁ ଜଗନ୍ନାଥ ପ୍ରଧାନଙ୍କ ଲୋକ ଘୋଷାଡ଼ ଆଣି ଅପହରଣ କରିବାକୁ ଚେଷ୍ଟା କରିଥିଲେ । ପୂର୍ବ ଘଟଣାକୁ କେନ୍ଦ୍ର କରି ଏ ପ୍ରକାର ଆକ୍ରଣ କରାଯାଇଥିବା କୁହାଯାଉଛି ।
ତେବେ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇ ଜଗନ୍ନାଥ ପ୍ରଧାନ କହିଛନ୍ତି, ଏଭଳି ଘଟଣା ହେବାର କଥା ନୁହେଁ, କିନ୍ତୁ ଘଟିଛି । ଘଟଣାକୁ କେହି ଘଣ୍ଟ ଘୋଡ଼ାଇବେ ନାହିଁ ।
ଆମ ସରକାର ଲୋକଙ୍କ ସରକାର । ଅପେକ୍ଷା କରନ୍ତୁ, ମୁଁ ପୋଲିସ ସହ କଥା ହୋଇଛି, ସେମାନେ ପଦକ୍ଷେପ ଗ୍ରହଣ କରିବେ । ଆକ୍ରମଣ କରିଥିବା ଜଣେ ୨ ଜଣଙ୍କୁ ଚିହ୍ନିଛି । ସେମାନଙ୍କ ସହ ଆଲୋଚନା ମଧ୍ୟ କରିଛି ।
ସେପଟେ ଭୁବନେଶ୍ୱର ସାଂସଦ ଅପରାଜିତା ଷଢ଼ଙ୍ଗୀ ସୋସିଆଲ ମିଡିଆ ଜରିଆରେ ଘଟଣାର ଘୋର ନିନ୍ଦା କରିଛନ୍ତି ।
ଘଟଣାକୁ ନେଇ ବିଜେଡି କର୍ପୋରେଟର ଓ ବିଏମସି ର୍କମଚାରୀ ରାସ୍ତାକୁ ଓହ୍ଲାଇଛନ୍ତି ।